jayashree

ଗୁରୁ ଭଗବାନ ସାହୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ, ଆନୁକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନିସାର ଅହମ୍ମଦ ନିସାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଗୌରୀ ଶଙ୍କର ସାହୁ, ଗୁରୁଚରଣ ଧିର, କବି ଚିତ୍ତରଂଜନ ବିଶ୍ୱାଳ ଏବଂ ମୁଖ୍ୟବକ୍ତା ଭାବେ ମଞ୍ଜୁବାଲା ମେହେର ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଗଣ ଗୁରୁ ଭଗବାନ ସାହୁଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦେବେନ୍ଦ୍ର ମିସ୍ତ୍ରୀ ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ସରୋଜ ମହାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.