ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବୈଠକ ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ କରିବାକୁ ସ୍ଥିର କରାଯାଇଛି । ଏହି ମହୋତ୍ସବରେ ଆଦିବାସୀମାନଙ୍କ ଲୋକାନୃତ୍ୟ, ଲୋକବାଦ୍ୟ, ଲୋକ ଗୀତ, ଲୋକ ସଂଗୀତ, ଲୋକକଳାର ପୁନଃରୁଦ୍ଧାର, ସୁରକ୍ଷା, ସଂରକ୍ଷଣ, ପ୍ରଚାର ପ୍ରସାର କରିବା ନିମନ୍ତେ ଆଦିବାସୀ ମହୋତ୍ସବର ଭୂମିକା ରହିଛି ବୋଲି ସଙ୍ଘ ପ୍ରକାଶ କରିଛି । କଳା ସଂସ୍କୃତି କ୍ଷେତ୍ରରେ ଆଦିବାସୀମାନଙ୍କ ଶ୍ରେଷ୍ଠ ଅବଦାନ ରହିଛି । ସଂସ୍କୃତି ସଂମ୍ପନ୍ନ ଓଡିଶା ରାଜ୍ୟରେ ଆଦିବାସୀ ମାନଙ୍କ ନାଚ, ଗୀତ, ବାଦ୍ୟର ଭୂମିକା ଅତୁଳନୀୟ । ଆଦିବାସୀ ନିଜର କଳା, ସଂସ୍କୃତି, ପାରମ୍ପାରିକ ନୃତ୍ୟ, ଗୀତ, ବାଦ୍ୟକୁ ବଞ୍ଚାଇ ରଖିଛି । ନୃତ୍ୟ ଗୀତ ବାଦ୍ୟ ସଂଗୀତ ଆଦିବାସୀଙ୍କ ଦୈନନ୍ଦିନ ଜୀବନର ଏକ ବିଶେଷ ଅଙ୍ଗ । ଏହି ମହୋତ୍ସବରେ ଆଦିବାସୀମାନଙ୍କ ପ୍ରାଚୀନ ଲୋକ ନୃତ୍ୟ ଲୋକ ବାଦ୍ୟ ଲୋକ ସଙ୍ଗୀତ, ଢ଼ାପ, ଡକା, ଘୁମୁରା, ଚାଙ୍ଗୋ, ଘୁଡୁକା ସହିତ ବିଭିନ୍ନ ଜ଼ିଲ୍ଲାର ଆଦିବାସୀ ସାଂସ୍କୃତିକ କଳାକାର ମାନଙ୍କ ନୃତ୍ୟ ବାଦ୍ୟ ସଙ୍ଗୀତ ପରିବେଷଣ ହେବ ବୋଲି ଘୋଷଣା କରାଯାଇଛି । ଆଜିର ପ୍ରସ୍ତୁତି ବୈଠକରେ ସଂଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂଭୋଇ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ତୁରକେଲା ବ୍ଲକ ସଭାପତି ଦୁଃଖିଶ୍ୟାମ ଭୋଇ, ମୁରିବାହାଲ ବ୍ଲକ ସଭାପତି ଘିମାନନ୍ଦ ଭୋଇ, ଜ଼ିଲ୍ଲା ଉପସଭାପତି ବିସିକେଶନ ଜାନି, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ନଗର ସଭାପତି ନିତ୍ୟାନନ୍ଦ ମାଝି, ସମେତ ବିଶିଷ୍ଟ ଆଦିବାସୀ ନେତା ଥବିର ପୂଝକ୍ଷରୀ, ରାଜୀବ କୁଅଁର, ଜଗନ୍ନାଥ ମାଝି, ଘାସିରାମ ମାଝି, ପ୍ରଫୁଲ୍ଲ ମାଝି, ଭୁବନ ମାଝି, ଚତୁର୍ଭୁଜ ସାଆନ୍ତ, ରାଧେଶ୍ୟାମ ଭୋଇ, ସୁନୀଲ ମାଝି, ପରଂବ୍ରହ୍ମ ମାଝି, ମନୋଜ ମାଝି, ଇନ୍ଦ୍ରମଣି ମାଝି, ଦେବସିଂ ମାଝି, ପୃଥ୍ୱୀରାଜ ମାଝି, ଡମେନ ମାଝି, ଚଞ୍ଚଳକ୍ଷ ମାଝି, ମାହେଶ୍ୱରୀ ମାଝି, ବନଲତା ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.