jayashree

ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍କିଟ ହାଉସରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଛନ୍ତି । କୃଷି, ପାନୀୟ ଜଳ, ଏମ୍‌ଆଇପି, ଜଳସେଚନ ଓ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିଲେ । କୃଷି ବିଭାଗ ସହ ସାରର କଳାବଜାରୀ ପ୍ରସଙ୍ଗ ଉଠାଇ କଡ଼ା ପଦକ୍ଷେପ ନେବାକୁ କହିଥିବାବେଳେ, ଶିକ୍ଷା ବିଭାଗର ବାରମ୍ବାର ଶିକ୍ଷକ ବଦଳିକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଜନସମସ୍ୟାର ଶୀଘ୍ର ସମାଧାନ ସହ ସରକାରୀ ସେବାକୁ ଅଧିକ ଫଳପ୍ରଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ।

Leave A Reply

Your email address will not be published.