
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲାରେ ବର୍ଷାର ପ୍ରଭାବ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ଭାୟା ନର୍ଲାଦେଇ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାଲିପଡା (ବଫଲା) ନିକଟରେ ଏକ ବଡ ବମର ଗଛ ରାସ୍ତା ଉପରେ ଆଜି ସକାଳ ୮ ଟା ସମୟରେ ମୂଳରୁ ଉପୁଡି ପଡି ଯିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି । ଶୌଭାଗ୍ୟ ବସତଃ ଗଛ ପଡିବା ସମୟରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ମୁଖ୍ୟ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ସ୍କୁଲ୍ ଭେନ୍ ସମେତ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି। ଏସମ୍ପର୍କରେ ନର୍ଲା ଅଗ୍ନିଶମ ବିଭାଗ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ଗଛକଟା ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଗୁରୁବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଥିବାରୁ ଉକ୍ତ ଗଛ ମୂଳରୁ ଉପୁଡି ଯାଇ ରାସ୍ତା ଉପରେ ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି।