
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦ୍ୱିତୀୟ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବିଶି, ଉପାଧ୍ୟକ୍ଷ କେତକୀ ହଂସ, ଆଲୁମନି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରି ନାମଲେଖା ହାରକୁ ବୃଦ୍ଧି କରିବା, ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ, ପ୍ରାରମ୍ଭିକ ସ୍ତର ପାଇଁ ଆକଳନ ରୂପରେଖ (ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ), ମା’ଙ୍କ ପାଇଁ ଗଛଟିଏ ୩.୦, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା, ସ୍ୱଚ୍ଛତା ପକ୍ଷ ପାଳନ – ୨୦୨୬, ଘରେ ଘରେ ତ୍ରିରଙ୍ଗା -୨୦୨୬ କାର୍ଯ୍ୟକ୍ରମ, ସୁରଭି -୨୦୨୬, ଡିଜିଟାଲ ଦୁନିଆରେ ଆମ ପିଲାଙ୍କ ସୁରକ୍ଷା : ଅଭିଭାବକଙ୍କର ଭୂମିକା, ବୃଦ୍ଧି ମାର୍ଗଦର୍ଶନ ଓ ଭବିଷ୍ୟତ ଯୋଜନାରେ ପିତାମାତାଙ୍କ ଭୂମିକା, ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କର ଦାୟିତ୍ଵ, ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରାଯିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ଗଣେଶ୍ୱର ପ୍ରଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷୟିତ୍ରୀ ରଶ୍ମିରେଖା ମେହେର, ମୋନାଲିସା ସାମଲ, ଶିକ୍ଷକ ଦେବରାଜ ଭୋଇ ସହଯୋଗ କରିଥିଲେ ।