jayashree

ସ୍ଵାଭିମାନ ପରିବାର ପକ୍ଷରୁ କ୍ୟାନ୍ସର ରୋଗୀଙ୍କୁ ଆର୍ଥିକ ସହାୟତା

ସଇଁତଲା, (ଖୁସିରାଣୀ ସାହୁ) : ସ୍ଥାନୀୟ ଅଗ୍ରଣୀ ସାମାଜିକ ସଂଗଠନ ‘ସ୍ଵାଭିମାନ ପରିବାର’ ପକ୍ଷରୁ ଜଣେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମାନବିକତାର ପରିଚୟ ଦେଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସଂଗଠନର ଏହି ଜନହିତକର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଉଛି । ସୂଚନା ଅନୁଯାୟୀ, ସଇଁତଲା ସହରର ଡୁମାଲ ପଡ଼ାର ଜଣେ ବାସିନ୍ଦା ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି । ଆର୍ଥିକ ଅସୁବିଧା କାରଣରୁ ତାଙ୍କର ଚିକିତ୍ସାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଖବର ପାଇ ସ୍ଵାଭିମାନ ପରିବାରର ସଦସ୍ୟମାନେ ତୁରନ୍ତ ରୋଗୀଙ୍କ ବାସଭବନରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ, ଆଗାମୀ ଦିନରେ ମଧ୍ୟ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ସମ୍ଭବପର ସମସ୍ତ ସହଯୋଗ ଯୋଗାଇ ଦେବାକୁ ସଂଗଠନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସଂଗଠନର ଏହି ମାନବୀୟ ପଦକ୍ଷେପ ସମାଜରେ ସେବା ଓ ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ସ୍ଵାଭିମାନ ପରିବାରର ସଦସ୍ୟ ରାକେଶ ସାହୁ, ସୌମ୍ୟରଞ୍ଜନ ସାହୁ, ଜ୍ଞାନରଞ୍ଜନ ସାହୁ, ପ୍ରକାଶ ସାହୁ, ହରି ସାହୁ, ସରୋଜ ସାହୁ, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.