
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ବଲାଙ୍ଗିର ଏବଂ ପାଇନିୟର କ୍ଲବ (ପୁଇନ୍ତଲା) ସହଯୋଗରେ ପୁଇନ୍ତଲା ଖେଳ ପଡିଆର ଚତୁଃପାର୍ଶରେ ୫୦ ଗୋଟି ଲିମ୍ବ, ଜାମ୍ମୁକୋଳି, କରଞ୍ଜି ଗଛ ପ୍ରତିରୋପଣ କରାଯାଇଛି । ସ୍ମାଇଲ ଫର ଅଲ୍ ଫାଉଣ୍ଡେସନର ଗୋ ଫର ଗ୍ରୀନ କାର୍ଯ୍ୟକ୍ରମ ଅଧିନରେ ଉକ୍ତ କାର୍ଯ୍ୟକ୍ରମରେ ଶୁଭରମ୍ଭ କରାଯାଇଛି । ଆଗାମୀ ସମୟରେ ବଲାଙ୍ଗିର ସହରରେ ଥିବା ବିଭିନ୍ନ ଖାଲି ସ୍ଥାନ ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ବିସ୍ଥାପିତ କରି ଲୋକ ମନରେ ବୃକ୍ଷ ରୋପଣ ପ୍ରତି ସଚେତନତା, ପରିବେଶ ସମ୍ବନ୍ଧିୟ ସଚେତନତା ଜାଗ୍ରତା ପାଇଁ ଲୋଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ପୁଇଁତଲା ବିଡିଓ ଅମରେନ୍ଦ୍ର ସ୍ୱାଇଁ, ବ୍ଲକ ଚେୟାରମେନ ସରୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ କୁମରମଣି ସେଠ, ପୂର୍ବତନ ବିଡିଓ ରାମଦତ୍ତ ଭୋଇ, ସୁନିଲ ମିଶ୍ର, ଦିଲୀପ ଭୋଇ, ଲମ୍ବୋଦର ପ୍ରଧାନ, ଗୋପାଳ ମିଶ୍ର, ବଲାଙ୍ଗିର ଏମ୍ଏନ୍ସି ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବନ ବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ ଏବଂ ଫ୍ରେଣ୍ଡ କ୍ଲବ ସଭାପତି ଲୋଟସ ଷଡଙ୍ଗି ଏବଂ ଜଗନ୍ନାଥ ମିଶ୍ର, ପବିତ୍ର ଖୁଣ୍ଟିଆ, ବିଙ୍ଗ ହ୍ୟୁମେନ ସଭାପତି ସୋମନାଥ ମିଶ୍ର, ମେହେଫିଲ ହୋଟେଲ ମାଲିକ ସୁଧାଂଶୁ ମିଶ୍ର, ମ୍ୟୁନିସିପାଲିଟି ପ୍ରତିନିଧି ଦିଲୀପ ସା ବୃକ୍ଷରୋପଣ କରିଥିଲେ । ଗୋ ଫର ଗ୍ରୀନ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ନିମନ୍ତେ ସ୍ମାଇଲ ଫର ଅଲ୍ କାର୍ଯ୍ୟକାରୀ ସଭାପତି ସାମସନ ମିଶାଲ, ପ୍ରତିଷ୍ଠାତା ଓ ସଂପାଦକ ସଂଜିବ କୁମାର ସାହୁ, କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ମହିଳା ଶାଖା ସଭାପତି ସୌଦାମିନି ମିଶ୍ର, ହିମାନି ତ୍ରିପାଠୀ, ମିଲୁଲତା ପଟ୍ଟନାୟକ, ସୁଜିତ ଚନ୍ଦନ, ଆୟୁଷ ରାଉତ, ଜୀବନ ମାସି, ଜିସେଲ ପଲ, ପାଇନର କ୍ଲବର ସଦସ୍ୟ ବବୁଲୁ ପଟେଲ, ତିର୍ଥବାସ ସାଏ, ଅରୁଣ ପଟେଲ, ଅବନି ପଟେଲ, ମଧୁସୂଦନ ସାଏ, ରତନମଣି ସାହୁ, ଜ୍ୟୋତି ସାଏ, ଜ୍ଞାନେନ୍ଦ୍ର ପଟେଲ, ପ୍ରଶାନ୍ତ ରାଉତ, ବୁଦ୍ଧଦେବ ଜୁଏଡ, ତପନ ସେଠ, ଅନିଲ ସାଏ, ନିକୁଣ ସାଏ, ନିଳାମ୍ବର ସାଏ ଉପସ୍ଥିତ ଥିଲେ । ଅତିଥିମାନେ ଉପସ୍ଥିତ ଜନତାଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।