
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ଶିକ୍ଷକ (କ୍ୟାଟାଗୋରୀ -୨)ସଂଘ ତରଫରୁ ଓଡ଼ିଶାରେ ପ୍ରୋଭିଜିନାଲ ଗ୍ରେଡେସନ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଏକ ଦାବିପତ୍ର ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କୁ ପ୍ରଦାନ କରାଯାଇଛି । ବହୁ ଶିକ୍ଷକଶିକ୍ଷୟିତ୍ରୀ ଚାକିରି ପାଇବା ପରେ ଉଚ୍ଚ ଶିକ୍ଷା ଓ ଓଟିଇଟି -୨ ପାସ କରି ମୂଳତଃ ସ୍ନାତକ ପଦରେ ନିୟୋଜିତ ଶିକ୍ଷକଙ୍କ ଗ୍ରେଡେସନ ତାଳିକାର ଉର୍ଦ୍ଧ୍ଵ ସ୍ଥାନରେ ସ୍ଥାନିତ ହୋଇଥିବାର ଅଭିଯୋଗ ହୋଇଛି । ଏହାକୁ ଓଡିଶା ପ୍ରାଥମିକ ଶିକ୍ଷା ନିୟମ ୧୯୯୭ ଏବଂ ୨୦୧୯ ଭିତ୍ତିରେ ତୁରନ୍ତ ସଂଶୋଧନ କରିବାକୁ ସଂଘ ଦୃଢ଼ ଦାବି କରିଛି । ମୁରିବାହାଲ ବ୍ଲକ ସଂଘ ପକ୍ଷରୁ ଶିକ୍ଷକ ଶଶିକାନ୍ତ ନାଗ, ଥବିର ସାହୁ, ଲିଲୁମୋହନ ପଧାନ, ଧନଞ୍ଜୟ ତାଣ୍ଡି, ସୁଶାନ୍ତ କୁମାର ପାଢ଼ୀ ଏବଂ ସୁଶାନ୍ତ କୁମାର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।