pr

ମହାମହିମ ରାଷ୍ଟ୍ରପତିଙ୍କ ଟ୍ରେନ୍‌ରେ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲା

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମଗ୍ର ଗଞ୍ଜାମବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା । ତାଙ୍କ ଗସ୍ତବେଳେ ପ୍ରମୁଖ ରେଳ ଷ୍ଟେସନ ଓ ରେଳ ଲାଇନ ଫାଟକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡ଼ାକଡ଼ି କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଜୁଡିସିଏନ୍ ଅଧୀନରେ ଖଲ୍ଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ ଓ ଛତ୍ରପୁର କୋର୍ଟ ହାଲ୍ଟ ଏବଂ ଛତ୍ରପୁର ମୁଖ୍ୟରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଛତ୍ରପୁର ମୁଖ୍ୟ ରେଳଷ୍ଟେସନ ନିକଟରେ ଛତ୍ରପୁର ଫାୟାର ବ୍ରିଗେଡିୟରଙ୍କ ବ୍ୟବସ୍ଥାପନା ଖୁବ୍ ନିଆରା ଭାବେ ପ୍ରଶଂସନୀୟ ଥିଲା ବୋଲି କୁହାଯାଏ । ଏହି ସମସ୍ତ ରେଳ ଷ୍ଟେସନ ମାନଙ୍କରେ ରେଳ ସୁରକ୍ଷା ବଳ, ଜିଆର୍‌ପି, ଆର୍‌.ପି.ଏଫ୍. ଓଡ଼ିଶା ପୋଲିସ ଫୋର୍ସ, ଫାୟାର ବ୍ରିଗେଡିୟର, ରେଳବାଇ କମର୍ସିଆଲ୍ ଡିପାର୍ଟମେଣ୍ଟ ପକ୍ଷରୁ ଟି.ଟି. ରେଳ ଷ୍ଟେସନ୍ ସୁପରିଟେଣ୍ଡଣ୍ଟ, ସହକାରୀ ଷ୍ଟେସନ୍ ସୁପରିଟେଣ୍ଡଣ୍ଟ, ଷ୍ଟେସନ୍ ମାଷ୍ଟର୍ ପ୍ରମୁଖଙ୍କ ସକ୍ରୀୟ ଉପସ୍ଥିତି ସାଂଗକୁ ପ୍ରମୁଖଙ୍କ ତଦାରଖରେ ଯଥେଷ୍ଟ ପରିମାଣରେ ସଭିଁଏ ଦାୟିତ୍ୱ ନିର୍ବାହ କରିଆସିଥିଲେ । ଟ୍ରେନ୍ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତିଙ୍କ ଯାତ୍ରା ଖୁବ୍ ସୁରୁଖରେ ସମ୍ପନ୍ନ ହୋଇଥିଲା ବୋଲି ପ୍ରଶାସନିକ ସ୍ତରରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.