jayashree

ମୁକୁଳା ବ୍ରିଜ, ବଢ଼ୁଛି ଦୁର୍ଘଟଣା ଆଶଙ୍କା

ବଲାଙ୍ଗିର : ବଲାଙ୍ଗିର ସହରର ରାଜେନ୍ଦ୍ର କଲେଜ ଛକରୁ ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ଲକ୍ଷ୍ମୀ ଜୋର ସେତୁ ବର୍ତ୍ତମାନ ବିପଦଜନକ ଅବସ୍ଥାରେ ପଡ଼ିରହିଛି। ବ୍ରିଜର ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ଓ ଯାନବାହନ ଯାତାୟାତ କରୁଛନ୍ତି। ତଥାପି ଏଭଳି ବିପଦପୂର୍ଣ୍ଣ ସ୍ଥିତି ପ୍ରତି ସମ୍ପୃକ୍ତ ବିଭାଗର ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକମାନେ ତୁରନ୍ତ ସେତୁର ଯାଞ୍ଚ କରାଯାଇ ଆବଶ୍ୟକ ମରାମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.