pr

ଛତ୍ରପୁର ବାରାକ୍ ସାହି ସ୍ଥିତ ଶ୍ରୀଶ୍ରୀ ସିଦ୍ଧିବିନାୟକ ମନ୍ଦିରର ଉନ୍ନୟନ ନେଇ ଏକ ପ୍ରସ୍ତୁତି ବୈଠକ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ବାରାକ୍ ସାହି ସ୍ଥିତ ଶ୍ରୀଶ୍ରୀ ସିଦ୍ଧିବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚଳନା କମିଟିର ସଭାପତି ବିଜୟ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଦୀପକ କୁମାର ମୁଦୁଲିଙ୍କୁ ଅତିଥୀ ଭାବେ ଅମନ୍ତ୍ରଣ କରି କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ଦିର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନିଜ ହାତକୁ ନେଇ ମନ୍ଦିରର ଆଜୀବନ ସଦସ୍ୟ ତାଲିକା ଓ ବାକି ରହିଥିବା ସଦସ୍ୟଙ୍କ ତାଲିକା ସହ ମନ୍ଦିରର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟନେଇ ଆଲୋଚନା ହୋଇଥିଲା । ନିଜ ଅନୁଦାନ ମଧ୍ୟରେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାସହ ଆଗାମୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହେବାକୁ ଥିବା ଗଣେଶ ପୂଜା ଉପଲକ୍ଷେ ଏକ ଦିନିକିଆ ଅନ୍ନ-ପ୍ରସାଦ ସେବନ ବ୍ୟବସ୍ଥାରେ ଦୀପକ କୁମାର ମୁଦୁଲି ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସମାଜସେବୀ ମୁଦୁଲି ମନ୍ଦିର କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ଆଗମୀ ଭବିଷ୍ୟରେ ମନ୍ଦିରରେ ଗଣେଶ ଭଗବାନଙ୍କ ବିଦ୍ଧିବଦ୍ଧ ପୂଜା ସମ୍ଭାର, ଦୈନିକ ନୀତିକାନ୍ତିରେ ମାର୍ଜିତ କରିବାକୁ କହି ସେ ଦିଗରେ ଯଥାଶକ୍ତି ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୧ନଂ ୱାର୍ଡ କାଉନସଲିର ସନ୍ତୋଷୀ ସେଠୀ, ୧୨ ନମ୍ୱର ୱାର୍ଡ କାଉନସିଲରଙ୍କ ପ୍ରତିନିଧି ବି. ଗୋପାଳସ୍ୱାମୀ, ରିକାପଲ୍ଲୀ ଅଞ୍ଚଳର ଯୁବସମାଜସେବୀ ମାଙ୍ଗେଲେଶ୍ଵର ରାଓ, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସନମୁଖ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ପଟ୍ଟନାୟକ, ଟୁଟୁ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଆଦିକନ୍ଦ ସାହୁଙ୍କ ସମେତ ବହୁ ମହିଳା ଏବଂ ସାହି-ବାସିନ୍ଦା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.