jayashree

ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଓଏଭି ମହିମୁଣ୍ଡାରେ ଦଶମ ଶ୍ରେଣୀ ପାଇଁ ଗଣିତ ଶିକ୍ଷକ ନଥିବା ଅଭିଯୋଗ କରି ଆଜି ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଦାବିପତ୍ର ଦିଆଯାଇଛି । ମଞ୍ଚର ସରୋଜ କୁମାର ମେଶ୍ୱା କହିଛନ୍ତି ଯେ, ସିବିଏସ୍‌ଇ ପରୀକ୍ଷା ନିକଟତର ହେଉଥିବା ବେଳେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟାହତ ହେଉଛି । ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଓ ଓବିସି ପରିବାର ହୋଇଥିବାରୁ ଏହା ସେମାନଙ୍କ ଭବିଷ୍ୟତ ପ୍ରତି ବଡ ଆଶଙ୍କା ସୃଷ୍ଟି କରିଛି । ତୁରନ୍ତ ଜଣେ ନିୟମିତ/ଚୁକ୍ତି ଭିତ୍ତିକ ଗଣିତ ଶିକ୍ଷକ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି । ଏହି ଅବସରେ ମୁରଲୀ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.