
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ଆକ୍ରମଣ ଓ ପୋଲିସ ଗାଡି ଭଙ୍ଗାରୁଜା । ଗତକାଲି କଣ୍ଟାବାଞ୍ଜି ସହରର ଏକ ଗ୍ୟାରେଜରେ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ କଣ୍ଟାବାଞ୍ଜି ସହର ଗୋରୁବଜାରପଡାକୁ ଯାଇଥିଲା କଣ୍ଟାବାଞ୍ଜିର ୬ ଜଣିଆ ପୋଲିସ ଟିମ । ସେହି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ କାବୁ କରୁଥିବା ବେଳେ ପୋଲିସ ଉପରକୁ ୧୫ ଜଣ ଗୋଷ୍ଠୀ ହୋଇ ଆକ୍ରମଣ କରିଥିଲେ । ଫଳରେ ମନୋରସପେରାଙ୍କୁ (ଓଏପିଏଫ୍) ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ରୋଶନ କ୍ରୁକନ ଓ ଗୋବିନ୍ଦ ସୁନା ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ପୋଲିସ ଗାଡିକୁ ଆକ୍ରମଣ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିବା ଜଣାପଡ଼ିଛି । ସେପଟେ ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।