
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ଅଗଷ୍ଟ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଜୁନିଅର କବାଡ଼ି (ବାଳକ ଓ ବାଳିକା) ଚାମ୍ପିଆନ୍ସିପ୍ ଅନୁଷ୍ଠିତ ହେବ । ସେଥିପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଚଳିତ ତା.୦୬.୦୮.୨୦୨୬ ଦିନ ସକାଳ ୯ଘ. ସମୟରେ କନିଷ୍ଠ ବାଳକ ଓ ବାଳିକା ବର୍ଗମାନଙ୍କର ଖେଳାଳୀ ଚୟନ କରାଯିବ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ସେଥିପାଇଁ ଜିଲ୍ଲାର ଖେଳାଳୀମାନେ ନିଜର ଆଧାରକାର୍ଡ ସହ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ଭାଗ ନେଇପାରିବେ । ଏହି ବର୍ଗ ପାଇଁ ଖେଳାଳୀମାନଙ୍କର ବୟସ ସୀମା ୨୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ପ୍ରକାଶ ଥାଉ କି, ସମ୍ପୃକ୍ତ ଖେଳାଳୀ ତା.୦୨.୧୧.୨୦୦୬ ପରେ ଜନ୍ମ ହୋଇଥିବେ । ଏଥିପାଇଁ ଯୋଗାଯୋଗ କରିବାକୁ କବାଡ଼ି ସଂପାଦକ ବିଭୁତି ଭୂଷଣ ପଣ୍ଡା, ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ପ୍ରକାଶ କରାଯାଇଛି ।