jayashree

ଆସନ୍ତା ୨ ଓ ୩ରେ ଏକତ୍ର ଏକକ ନାଟକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୭ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ହେଇଥିବା ଏକତ୍ର ତରଫରୁ ଆସନ୍ତା ୨ ଓ ୩ ତାରିଖ ଅପରାହ୍ନ ୩ଟା ସମୟରେ ଏକକ ନାଟକ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ରାଜୀବ ପାଣି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସହରର ବିଭିନ୍ନ ନାଟ୍ୟାନୁଷ୍ଠାନର ୮୬ ଜଣ ବରିଷ୍ଠ ଓ କନିଷ୍ଠ ଅଭିନେତା ଅଭିନେତ୍ରୀମାନେ ୩ ଭାଗରେ ଯଥା ଶଂଖ, କୋଏଲ, ସରସ୍ଵତୀ ଭାବେ ବିଭକ୍ତ ହୋଇ ଏକକ ନାଟକ ଅଭିନୟ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ୨ ତାରିଖ ଦିନ ଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ଓଡିଶା ନାଟ୍ୟ ସଂଘର ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ, ୩ ତାରିଖ ଦିନ ଦୀପିକା ମହିଳା ସଂହତିର ଅଧ୍ୟକ୍ଷା ନମ୍ରତା ବର୍ମା, ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବେ । ସେହିପରି ୩ ତାରିଖ ଦିନ ରାତି ୮ଟା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରାଉରକେଲା ଇସ୍ପାତ କାରଖାନାର ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ପୁରସ୍କୃତ କରିବେ । ଏହି କାର୍ଯ୍ୟକ୍ରମରେ ସହରର କଳାପ୍ରେମୀ ଓ ଜନସାଧାରଣଙ୍କୁ ଅନୁରୋଧ କରି ଏକତ୍ରର ସଭାପତି ରାଜୀବ ପାଣି ଓ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର କହିଛନ୍ତି ଯେ, ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ କଳାକାରଙ୍କୁ ଉତ୍ସାହିତ କରିବା ହେବେ ।

Leave A Reply

Your email address will not be published.