
ରାଉରକେଲା, (ସସ୍ମିତା ପ୍ରଧାନ) : ସିନିୟର୍ ସୋସିଆଲ ସୋସାଇଟି ରାଉରକେଲା ଓ ଏହାର ଅନ୍ୟତମ ସହଯୋଗୀ ଗୃହଲକ୍ଷ୍ମୀ ସହ ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ୧୦ ଯୋଡା ଦମ୍ପତି ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଆବାହକ ଗୌରାଙ୍ଗ ସେଠୀଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ରେଞ୍ଜର ସୁଶ୍ରୀ ସୁଚିସ୍ମିତା ଦାସ ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଗ୍ରେସୀ ଡେଭିଡ, ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ, ପ୍ରକୃତିପ୍ରେମୀ ମନୋଜ କୁମାର ମାଝୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ପରିଜା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୀତାରାମ ସୁନା, ସମାଜସେବୀ ନିରୋଜ ମିଶ୍ର, ସତ୍ୟ ସାହୁ, ଅଲ ଇଣ୍ଡିଆ ରେଡିଓର ଉଦଘୋଷକ ଅଶୋକ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଉପକାରିତା ଓ ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ସୁଶ୍ରୀ ଦାଶ ଓ ଅନ୍ୟଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବୃକ୍ଷରୋପଣର ଉପକାରିତା, ପ୍ରଦୁଷଣରୁ ରକ୍ଷା, ବୃକ୍ଷର ଯତ୍ନ, ରକ୍ଷଣାବେକ୍ଷଣ, ତାର ସୁରକ୍ଷା, ବୃକ୍ଷର ପୁନଃରୋପଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉର୍ମିଳା ଡାଳୁଆ, ଜ୍ୟୋସ୍ନାରାଣୀ ରାଉତ, ଲକ୍ଷ୍ମୀ ନାୟକ, ରାଧିକା ସେଠୀ, ପ୍ରଶ୍ମିତା ସାହୁ, ଛନ୍ଦା ମାଝୀ, ଶୁକୁମତୀ ସୋରେନ, ନରେନ୍ଦ୍ର ସିଂ କାହ୍ଲା, ମୀନାକ୍ଷୀ ଓଝା, ସୁଲୋଚନା ଓଝା, ସୁବାସୀନି ବିଶ୍ୱାଳ, ସବିତା ରାଉଳ, ପ୍ରକାଶ ନାୟକ, ଶିବଶଙ୍କର ବିଶ୍ୱାଳ, ଗଦାଧର ସାହୁ, ଜଗଦିଶ ପଶାୟତ, ଯୋଗେଶ ପଶାୟତ ଓ ବିଦ୍ୟାଳୟର ସୁସ୍ମିତା ସାହୁ, ମମତାମୟୀ ପଟେଲ, ରୀନୁ ପ୍ରଧାନ ଓ ଅନ୍ୟମାନେ ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ତାହାର ସୁରକ୍ଷା ପାଇଁ ପ୍ରତିବଦ୍ଧତା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଚିସ୍ମିତା ରାଉତ, ଶ୍ରୀତମ ସେଠୀ, ରାଜେଶ ପ୍ରସାଦ, ସହାୟିକା ସୁମିତ୍ରା ପଶାୟତ, ସୁମିତ୍ରା ସିଂ, ସୁଗୀ ସମାସୀ, ବାସୁଦେବ ନାଗ, ଶାର୍ଦୁ ଖାଡିଆଙ୍କ ସମେତ ସିଟିଜେନ ସୋସାଇଟିର ବହୁ ସଦସ୍ୟ ଯୋଗଦେଇ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରିଥିଲେ । ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଓ ଜଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଆବାହକ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।