pr

କଣ୍ଟାବାଞ୍ଜିରେ ପୁଣି ସକ୍ରିୟ ଡିକି ଭଙ୍ଗା ଲୁଟେରା ଗ୍ୟାଙ୍ଗ୍‌, ବାଇକ୍ ଡିକିରୁ ୫୦ ହଜାର ଟଙ୍କା ଲୁଟ

dr. purohit

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରରେ କିଛି ଦିନର ନିରବତା ପରେ ପୁଣିଥରେ ଡିକି ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସହରର ଦୁଇ ନମ୍ବର ରୋଡ୍‌ରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ତୁରେକେଲା ବ୍ଲକ୍‌ର କୁଇବହାଲ ଗ୍ରାମର ତ୍ରିବେଣୀ ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଏହାକୁ ବାଇକ୍‌ର ଡିକିରେ ରଖିଥିଲେ। ପରେ ସେମାନେ ନିକଟସ୍ଥ ଏକ ମୁଢି ଠେଲାରେ ଜଳଖିଆ କରୁଥିବା ବେଳେ, ପୂର୍ବରୁ ନଜର ରଖିଥିବା ଲୁଟେରାମାନେ ସୁଯୋଗର ସଦ୍‌ବ୍ୟବହାର କରି ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହି ସମଗ୍ର ଘଟଣା ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତମାନଙ୍କ ପରିଚୟ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ସୂଚନା ଦେଇଛନ୍ତି। ସହରରେ ପୁଣିଥରେ ଏଭଳି ଡିକି ଭଙ୍ଗା ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ସାଧାରଣ ଲୋକଙ୍କୁ ଅଧିକ ସତର୍କ ରହିବା ସହ ଗାଡ଼ିର ଡିକିରେ ନଗଦ ଟଙ୍କା ରଖି ଅସୁରକ୍ଷିତ ଭାବେ ଛାଡ଼ି ନଯିବାକୁ ପୁଲିସ ପରାମର୍ଶ ଦେଇଛି।

nrusinghnath
Leave A Reply

Your email address will not be published.