jayashree

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବଲପୁରୀ ଦିନ ଧୂମଧାମରେ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରୀ ଦିନ ଅତି ଜାକଜମକରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବଦକର୍ଲେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଭକ୍ତ ଭୋଇ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ନୃତ୍ୟ, ଗୀତ ଓ ଏକକ ଅଭିନୟରେ ଶିକ୍ଷାବିତ୍ ସମ୍ପଦ ଖମାରୀ, ଶିକ୍ଷକ ନନ୍ଦିଘୋଷ ବାରିକ ଅଧ୍ୟାପିକା ମାମିନା ଭୋଇ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ପରିଚାଳନ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୀତ ପ୍ରତିଯୋଗିତାରେ ଜାଗୃତି ସେଠୀ, ସ୍ନେହଞ୍ଜଳି ତାଣ୍ଡି ଓ ଦିପ୍ତିସିଖା ବାଗ ପ୍ରଥମ ୨ୟ ଓ ୩ୟ ସ୍ଥାନ ନୃତ୍ୟ ପ୍ରତିଯୋଗିତାରେ ପାୟଲ ବିଶ୍ୱକର୍ମା, ରୋଜୀ ମେହେର, ମନୀଷା ତାଣ୍ଡି ଓ ଦଳଗତ ନୃତ୍ୟରେ ଗଙ୍ଗା, ମହାନଦୀ ଓ ବ୍ରହ୍ମପୁତ୍ର ଦଳ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ । ସ୍ୱତନ୍ତ୍ର ଭାବରେ ଅଙ୍କିତ ପ୍ରଧାନ ଓ ଜସ୍ମିନ ତାଣ୍ଡି ପୁରସ୍କୃତ ହୋଇଥିଲେ । ଖେଳ ଶିକ୍ଷକ ଚିନ୍ମୟ ଦାସ, କିରନ କୁମାର ପଟେଲ, ଲିପି ପ୍ରଧାନ, କର୍ମଚାରୀ ମିନିକେତନ ଦାସ, ସୁରଜ୍ ଖମାରୀ, ସମୀର କଠାର, ବିଭୀଷଣ ଖମାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.