
ତୁଷୁରା, (କେପିଏନ୍ଏସ୍) : ସ୍ଥାନୀୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାହିମାଲ ଠାରେ ବ୍ଲକ୍ସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଏବିଇଓ ବିପିନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ସାଧନ କର୍ମୀ ଜଗମୋହନ ତ୍ରିପାଠୀ, ସୁଧାଂଶୁ ପୁଟା, ପ୍ରହ୍ଲାଦ ଦଣ୍ଡସେନା ଓ ରମେଶ ଚନ୍ଦ୍ର ଭୋଇ ଯୋଗ ଦେଇ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ସମସ୍ତ ୨୦୦ ଜଣ ରୋଷେୟାଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏହି ତାଲିମ୍ ଶିବିରରେ ଉଚ୍ଚମାନର ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ଗୁଣ ଓ ନିରାପତ୍ତା ବିଷୟରେ ସବିଶେଷ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିବିରକୁ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ସାହୁ ଓ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ୍ୟ ଦିଗ୍ଦର୍ଶନ କରିଥିଲେ । ବିଆର୍ପି ଜୁଲ୍ ଫିକର ଖାନ୍ ସହଯୋଗ କରିଥିଲେ ଓ ଶେଷରେ ଏମ୍ଡିଏମ୍ ଡିଇଓ ରମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।