ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା ଏସଟିଏଫ୍ : ୨ ଗରିଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ କଲର ପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କଲା ଏସଟିଏଫ୍ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ କଲର ପତରିଆ ବାଘ ଛାଲକୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲାର ସବୁରବାନ୍ ସିଂ ଓ ସମାନସିଂ ମାଝୀ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ୍ । କେମିକାଲ୍ ପରୀକ୍ଷା ପାଇଁ ଜବତ ବାଘ ଛାଲକୁ ଡେରାଡୁନ୍ ସ୍ଥିତ ଓ୍ୱାଇଲ୍ଡ ଲାଇଫ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

Leave A Reply

Your email address will not be published.