jayashree

ମ୍ୟୁନିସିପାଲ ମହାବିଦ୍ୟାଳୟରେ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁନିସିପାଲ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ନିର୍ଦ୍ଦେଶନାମା ଅନୁସାରେ ଏକ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ହରିହର ଦାଶ ଅଧ୍ୟକ୍ଷତା କରିଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କର ମାନ ନିର୍ଦ୍ଧାରଣ କରି ସେମାନଙ୍କୁ ଚୟନ କରିବା ପାଇଁ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରଫେସର ଶରତ କୁମାର ପାଣିଗ୍ରାହୀ, କାନାଡ଼ା ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ପ୍ରିୟା ନନ୍ଦ ଏବଂ ମହିଳା ଉଯୋଗୀ ଓ ଆଲୁମିନି ଡିମ୍ପଲ ଅଗ୍ରୱାଲ ନିଜ ନିଜର ଅଭିଭାଷଣରେ ନୂତନ ଯୁବପିଢି ଏ ଦେଶର ପ୍ରଗତିରେ ଜଣେ ଜଣେ ବିନ୍ଧାଣି ସାଜି କିପରି ନବସୃଜନ ଏବଂ ନୂତନ ଉଦ୍ୟମ କରି ପାରିବେ ତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ବିଜୟ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ପଦାର୍ଥ ବିଜ୍ଞାନର ଦୀପ୍ତି ରଞ୍ଜନ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ପ୍ରାଧ୍ୟାପିକା ଅର୍ପିତା ମହାପାତ୍ର, ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ଦଳବେହେରା, ସୁନୀଲ କୁମାର ମହାନ୍ତି, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼କ୍ଟର ଦିବ୍ୟକାନ୍ତି ବିଲୁଙ୍ଗ, ବାଣିଜ୍ୟ ବିଭାଗର ଅଧ୍ୟାପକ ଆକାଶ ଚନ୍ଦ୍ର ଦାଶ, ଆଶ୍ରିବାଦ ମାଝୀ, କୌଶିକ ଚୌଧୁରୀ, ସୁଦୀପ୍ତି କେରକେଟା, ସୁଶ୍ରୀ ଶିଳ୍ପୀ ଲାକ୍ରା, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ସୃତି ସୁରପା ରାଉତରାୟ, ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ସୁଶ୍ରୀ ବାସନ୍ତି ହେମ୍ବ୍ରମ, ହେମନ୍ତ କୁମାର ପୁହାଣଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଓ ଚୟନ ପ୍ରକିୟାରେ ଥିବା ସମସ୍ତ ଚୟନ କର୍ତ୍ତା କୃତି ପାତିଯୋଗୀଙ୍କୁ ମାନପତ୍ର ଏବଂ ପୁରସ୍କାର ସହ ପୁରସ୍କୁତ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଆଶ୍ରିବାଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.