jayashree

୧୭ ଲକ୍ଷର କମ୍ୟୁନିଟି ସେଣ୍ଟର ଏବେ ମଦୁଆଙ୍କ ଆଡ୍ଡା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାରୀ ଅର୍ଥରେ ୨୦୧୭ ମସିହାରେ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ନିକଟରେ ନିର୍ମିତ କମ୍ୟୁନିଟି ସେଣ୍ଟର ଆଜି ଜନସେବା ବଦଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ମଦ୍ୟପାନ ଓ ଅନୈତିକ କାର୍ଯ୍ୟକଳାପ ଚାଲୁଥିବାର ଚିହ୍ନ ଦେଖିବାକୁ ମିଳୁଛି । ଏପରିକି କିଛି ଲୋକ ଏହି ସରକାରୀ କୋଠାକୁ ଛେଳି, ଗାଈ ଓ ବଳଦ ବାନ୍ଧିବା ସ୍ଥାନ ଭାବରେ ମଧ୍ୟ ବ୍ୟବହାର କରୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅନ୍ୟପଟେ, ଖପ୍ରାଖୋଲ ଶିଶୁ ବିଦ୍ୟା ମନ୍ଦିରର ନିଜସ୍ୱ କୋଠା ନଥିବାରୁ ଛାତ୍ରଛାତ୍ରୀମାନେ ବର୍ଷାରେ ପାଣି ଗଳୁଥିବା ଜରାଜୀର୍ଣ୍ଣ କୋଠାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ଅବ୍ୟବହୃତ ପଡ଼ିଥିବା ଏହି ସରକାରୀ କୋଠାକୁ ଶିକ୍ଷା କିମ୍ବା ଜନସେବାରେ କାହିଁକି ବ୍ୟବହାର କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପ୍ରଶାସନ ତୁରନ୍ତ ଏହାର ସ୍ଥିତି ପରୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.