jayashree

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ ୨୮ ଜୁଲାଇରେ କେ ଏସ ଏଡିଟରୀୟମରେ ଠାରେ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨ ହଜାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଆରବିନ୍ଦ ପଣ୍ଡା, ପ୍ରସନ୍ନ କୁମ୍ଭାର, ସଦାନନ୍ଦ ସାହୁ, ଦିବ୍ୟକିଶୋର ସାହୁ, ଜୟପ୍ରକାଶ ବେହେରା, ପ୍ରକାଶ ପଧାନ, ରଂଜିତ ପଧାନ, ପ୍ରଦୀପ ପଧାନ, ରୁଷି ପଧାନ, କୁନା ପଧାନ, ସୁରେନ ସାହୁ ୧୨ ଜଣ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଭାରତ ଆମେରିକା ଡିଲଙ୍କୁ ବାତିଲ କରିବା, କୃଷିଜାତ ଦ୍ରବ୍ୟର ଏମ୍‌ ଏସ୍‌ପି ଏବଂ ବଜାର ବ୍ୟବସ୍ଥା, ସମସ୍ତ ଚାଷୀଙ୍କ ଋଣ ଛାଡ଼, ଚାରି ଲେବର କାର୍ଡ ରଦ୍ଦ କରାଯାଉ, ବିଦ୍ୟୁତର ଘରୋଇକରଣ ବନ୍ଦ, ମନରେଗା ପୁଣି କାର୍ଯ୍ୟକାରୀ କରାଯାଉ, ଜନ ବିରୋଧ ଜମି ଅଧିଗ୍ରହଣ ବନ୍ଦ ଦାବିରେ ଆସନ୍ତା ଦୁଇ ମାସ ମଧ୍ୟରେ ସଂଗଠନର କମିଟି ଗଠନ ସହିତ କାର୍ଯ୍ୟକ୍ରମ ୧୦ ଅଗଷ୍ଟରେ ଭାରତ ଛାଡ ଆନ୍ଦୋଳନର ୮୪ ବର୍ଷ ଅବସରରେ ଦେଶର ୧୦୦ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ । ବିଭିନ୍ନ ସମୟରେ ସ୍ଥାନୀୟ ସଂଗଠନ ଏବଂ କେନ୍ଦ୍ର ନେତୃତ୍ୱ ସହଯୋଗରେ ପଦଯାତ୍ରା, ଧାରଣା, ଦାବିପତ୍ର ଆଦି ପ୍ରଦାନ ଏବଂ ପରିଶେଷରେ ଅକ୍ଟୋବର ଏବଂ ନଭେମ୍ବର ମାସରେ ବଡ ଧରଣର କୃଷକ ପଞ୍ଚାୟତ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.