
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ପରିବାର/ବ୍ୟକ୍ତିଙ୍କୁ ଥଇଥାନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବର୍ତ୍ତମାନ ଦେଉଥିବା ରାଶି ଏବଂ ନୂତନ ଗୃହ ନିର୍ମାଣ ପାଇଁ ଦେଉଥିବା ଜାଗା ବାସ୍ତବରେ ଉକ୍ତ ବିସ୍ଥାପିତ ପରିବାର/ବତାକ୍ତି ମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ଏହି ରାଶି ବୃଦ୍ଧି କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଲିଖିତ ଭାବେ ଦାବି କରିଛନ୍ତି । ଏ ସମ୍ବନ୍ଧରେ ଆଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ନିମିତ୍ତ ଆବଶ୍ୟକ ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ବର୍ତ୍ତମାନ ଆର୍ଏସ୍ପି ପକ୍ଷରୁ ପ୍ରାୟ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ପାଇଁ ପ୍ରାୟ ୬୫୦ ବର୍ଗ ଫୁଟର ଏକ ଖାଲି ଜାଗା ପ୍ରଦାନ କରାଯାଉଛି । ତେବେ ଏହି ଥଇଥାନ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ ବୋଲି ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ କହିବା ସହିତ ଏହି ରାଶି ୫ଲକ୍ଷରୁ ବୃଦ୍ଧି କରି ୧୫ଲକ୍ଷ କରିବା ସହିତ ନୂତନ ଗୃହ ନିର୍ମାଣ ପାଇଁ ୬୫୦ ବର୍ଗ ଫୁଟ ବଦଳରେ ୧୦ରୁ ୧୫ ଡେସିମିଲ ଖାଲି ଜାଗା ପ୍ରଦାନ କରିବା ପାଇଁ ଶ୍ରୀ ତନ୍ତୀ ଆଜି ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମାଙ୍କୁ ସାକ୍ଷାତ କରିବା ସମୟରେ ଲିଖିତ ଭାବେ ଦାବି କରିଛନ୍ତି ।