
ରାଉରକେଲା, (ସସ୍ମିତା ପ୍ରଧାନ) : ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡଟାଉନର ୩୭ ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ପିପି ସମ୍ପାଦିକା ରୋଟାରିଆନ ସୌଦାମିନୀ ସିଂହ ଓ ସଭାପତି ରୋଟାରିଆନ କିରଣ ବାଳା ଦାସଙ୍କ ଆବାହକତ୍ୱ ଓ ରୋଟାରିଆନ ରୀତା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଭାନୁ ପ୍ରତାପ ସିଂହ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦାୟୀ ସଭାପତି ବବିତା ଶୁକ୍ଳା ଓ ସମ୍ପାଦିକା ସୁପ୍ରିୟା କୌର ପ୍ରମୁଖ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଏଡ଼ିଟର ମଞ୍ଜୁରାଣୀ ମେହେର, ମିଡଟାଉନର ନୂତନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସୁଷମା ପ୍ରସାଦଙ୍କ ସମେତ ବହୁ ସଦସ୍ୟା ଯୋଗଦେଇଥିଲେ ।