jayashree

ଟିଟିଲାଗଡର ପୁରୁଣା ହସ୍ପିଟାଲକୁ ଅର୍ବାନ ପିଏଚସି ମାନ୍ୟତା ଦେବା ପାଇଁ ବରିଷ୍ଠ ନାଗରିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓଡ଼ିଶାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଟିଟିଲାଗଡ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଟିଟିଲାଗଡର ପୁରୁଣା ଡାକ୍ତରଖାନାକୁ ଅର୍ବାନ ପିଏଚସିର ମାନ୍ୟତା ପ୍ରଦାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଭାପତି ରତ୍ନାକର ସାହୁ, ସମ୍ପାଦକ ଈଶ୍ୱର ଜୈନ, ଲକ୍ଷ୍ମୀକାନ୍ତ ମହାପାତ୍ର, ଚିନ୍ତାମଣି ରଥ, ରାଧାନାଥ ମିଶ୍ର ଆଦି ବିଜେପିର ରାଜ୍ୟ ସଭାପତି ଓ ସାଂସଦ ମନମୋହନ ସାମଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ତଥା ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଦୃଢୋକ୍ତି ସହ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଡାକ୍ତରଙ୍କ କିଛି ଅଭାବ ରହିଛି । ଆମେ ଶୀଘ୍ର ଟିଟିଲାଗଡ଼ ପୁରୁଣା ହସ୍ପିଟାଲକୁ ଏହି ମାନ୍ୟତା ପ୍ରଦାନ କରିବୁ । ଯାହାକି ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ ଆଶ୍ୱସ୍ତିର ବିଷୟ ପାଲଟିଛି ।

Leave A Reply

Your email address will not be published.