jayashree

ବାହୁଡା ଯାତ୍ରାରେ କୋଏଲ ପରିବାରର ସେବାଭାବ, ଭକ୍ତଙ୍କୁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଅବସରରେ କୋଏଲ ପରିବାର ପକ୍ଷରୁ ରାଉରକେଲାର କୋଏଲନଗର ଅଞ୍ଚଳରେ ଭକ୍ତମାନଙ୍କ ପାଇଁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଏହି ସେବାର ସୁଯୋଗ ପାଇଥିଲେ । ଏହି ସେବା କାର୍ଯ୍ୟକ୍ରମକୁ କୋଏଲ ପରିବାରର ମୁଖ୍ୟ ରାଜୁ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲ ପରିଚାଳନା କରିଥିଲେ । ସେହିପରି ଉଷା ଅଗ୍ରୱାଲ, ପାମୀ ଅଗ୍ରୱାଲ, ଦିଶା ଅଗ୍ରୱାଲ, ସ୍ମାରକ ଅଗ୍ରୱାଲ ଏବଂ ପ୍ରଶାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ । ଧାର୍ମିକ ଉତ୍ସବ ଅବସରରେ ଭକ୍ତମାନଙ୍କ ସେବା ଓ ସମର୍ପଣର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିବା ବେଳେ, କୋଏଲ ପରିବାରର ଏହି ସମାଜସେବାମୂଳକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।

Leave A Reply

Your email address will not be published.