
ରାଉରକେଲା/ଟାଇଁସର (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଞ୍ଚଳରେ ଥିବା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ପଞ୍ଚାୟତର ଟାଇଁସର ଗ୍ରାମରେ ଥିବା ଜୟ ବାଲାଜି ଜ୍ୟୋତି ଷ୍ଟିଲ ଲିମିଟେଡ଼ ନାମକ ଏକ କାରଖାନା ବର୍ତ୍ତମାନ ଦୈନିକ ୪୦୦ ଟନ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରି ଚାରିଗୁଣ କରିବା ପାଇଁ ନିଷ୍ପତ୍ତି କରିଥିବାରୁ ଆଇନ ଅନୁଯାୟୀ ଆଜି ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ସେହି ଟାଇଁସର ଗ୍ରାମରେ ଥିବା ଖଡ଼ିଆ ତୋଲ୍ଳାର ଫୁଟବଲ ଖେଳ ପଡ଼ିଆରେ ଏକ ଜଣାଶୁଣାର ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ଏବଂ ଆଞ୍ଚଳିକ ପ୍ରଦ୍ୟୁଷଣ ବୋର୍ଡ଼ର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଜନଶୁଣାଣୀରେ ଲାଠିକଟା ବ୍ଲକ ଅଧ୍ୟକ୍ଷ ଦିଲୀପ ଖେସ, ଲାଠିକଟା(ଖ)ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବିନ୍ଦୁ ବାର୍ଲା ଏବଂ ଟାଇଁସର ପଞ୍ଚାୟତ ସମିତି ସଭ୍ୟ ଫୁଲମଣୀ ଇରାମ, ସମାଜସେବୀ ମହେଶ ନାଗ, ଗର୍ଜନ ସରପଞ୍ଚ ସଚିନ ଏକ୍କା, ସମାଜସେବୀ ପ୍ରହ୍ଲାଦ ପ୍ରମୁଖ ନିଜ ନିଜ ସମର୍ଥକ ମାନଙ୍କ ସହ ଏହି ଜନଶୁଣାଣୀରେ ଯୋଗଦେଇ କାରଖାନା ସମ୍ପ୍ରସାରଣ ପ୍ରସ୍ତାବକୁ ପ୍ରବଳ ବିରୋଧ କରିଥିଲେ । ଏହା ସହିତ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ମଧ୍ୟ ଜନଶୁଣାଣୀରେ ଯୋଗଦେଇ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ଏହି ଜଣାଶୁଣାଣୀକୁ ବିରୋଧ କରିବା ସହ ଜୟ ବାଲାଜି ଜ୍ୟୋତି ଷ୍ଟିଲ କାରଖାନାକୁ ପ୍ରବଳ ବିରୋଧ କରିଥିଲେ । ଲୋକଙ୍କ ଅଭିଯୋଗ ଆନୁସାରେ ସର୍ବ ପ୍ରଥମେ ଗତ ୨୨ବର୍ଷତଳେ ପ୍ରତିଷ୍ଠା ହୋଇଥିବା ଏହି କାରଖାନା କର୍ତ୍ତୃପକ୍ଷ ସେତେବେଳେ ଦେଇଥିବା ପ୍ରତିଶୃତି ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ଏହି କାରଖାନା ଯୋଗୁଁ ଆଜି ଆଖପାଖରେ ଥିବା ଚାଷ ଜମିର କାରଖାନାରୁ ନିର୍ଗତ ବିଷାକ୍ତ ତଥା କେମିକାଲ ଯୁକ୍ତ ପାଣି ମାଡି ଯିବାରୁ ସବୁ ଜମି ଆଜି ପଡିଆ ପଡିଛି । ଫଳରେ ଲୋକଙ୍କ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସେମାନେ ଏହି କାରଖାନା ସମ୍ପ୍ରସାରଣ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ।