କୋଏଲ ନଗର ‘ସି’ ବ୍ଲକ ସ୍ଥିତ ମଧୁସୂଦନ ପାର୍କରେ ବୃକ୍ଷରୋପଣ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ବୃକ୍ଷ ହିଁ ଜୀବନ । ଅମ୍ଳଜାନ ଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷଠାରୁ ଆମେ ଆବଶ୍ୟକ ଉପାଦାନ ପାଇଥାଉ । ପରିବେଶ ସୁରକ୍ଷାରେ ବୃକ୍ଷର ଅବଦାନ ଅତୁଳନୀୟ । ଖାଲି ସରକାରୀ ସ୍ତରରେ ନୁହେଁ ପ୍ରତ୍ୟେକ ବ୍ୟକ୍ତି ନିଜ ପ୍ରୟାସରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରନ୍ତୁ ବୋଲି କୋଏଲ ନଗର ‘ସି’ ବ୍ଲକ ସ୍ଥିତ ମଧୁସୂଦନ ପାର୍କରେ ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘କାନଭାସ’, ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଟ୍ରଷ୍ଟ (ନ୍ୟାସ) ଏବଂ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସମିତିର ମିଳିତ ଆନକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଟ୍ରଷ୍ଟର ଉପସଭାପତି ପିତାମ୍ବର ଲେଙ୍କାଙ୍କ ପ୍ରୟାସ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଡାକ୍ତର ହରିଶ ଦାସ, ଡାକ୍ତର ଅନିଲ ଦତ୍ତ ଏବଂ ଡାକ୍ତର କୃପାସିନ୍ଧୁ ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଟ୍ରଷ୍ଟର ସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଚିତ୍ତରଞ୍ଜନ ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ କାନଭାସ ପକ୍ଷରୁ ସୁରେଶ କୁମାର ପ୍ରଧାନ ବିସ୍ତୃତ ଭାବେ ବୃକ୍ଷରୋପଣର ଆବଶ୍ୟକତା ତଥା ଏଥିରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଥିଲେ । ଜଗଦା ସାଂସ୍କୃତିକ ପରିଷଦର ଉପଦେଷ୍ଟା ସଞ୍ଜୀବ କୁମାର ମହାନ୍ତି, ପୂର୍ବତନ ନଗରପାଳ ରାଜେନ୍ଦ୍ର ନାଥ ମିଶ୍ର, ଅଭୟ କୁମାର ନାୟକ, ସୁରେଶ ଚନ୍ଦ୍ର ଗୁପ୍ତା ପ୍ରମୁଖ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଧାରଣ ସମ୍ପାଦକ ବିପ୍ର ଚରଣ ସେଠୀ, ସଂଯୋଜକ ବିମଳ କୁମାର ମହାନ୍ତି, କୋଷାଧକ୍ଷ ନାରାୟଣ ଚନ୍ଦ୍ର ସାମଲଙ୍କ ତତ୍ତ୍ୱାବଧାନରେ ପାର୍କରେ କାନଭାସ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦୦ରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କପିଳେଶ୍ୱର ମହାରଣା, ଗୋପାଳ ଜେନା, ଗନ୍ଧର୍ବ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ବିମଳ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.