ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଟାଉନହଲ ଠାରେ ରମେଶ ବସନ୍ତ ଟ୍ରଷ୍ଟ ସୁବର୍ଣ୍ଣପୁର ପ୍ରାୟୋଜିତ ଆର୍ ଏମ୍ ଡିଜିଟାଲ ନାମରେ ଏକ ଟିଭି ନ୍ୟୁଜ୍ ଚାନାଲର ଉଦଘାଟନ ହୋଇଯାଇଛି । ସଂପାଦିକା ପୂର୍ଣ୍ଣିମା ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ମା’ ରାମଚଣ୍ଡୀ ମନ୍ଦିରର ମୁଖ୍ୟ ପୂଜକ ବୃହସ୍ପତି ଥନାପତି ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଚାରପତି ପ୍ରକାଶ କୁମାର ରଥ, ପୂର୍ବତନ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତି, ଆଇନଜୀବୀ ଅଦ୍ୱୈତ କୁମାର ପଣ୍ଡା, ଶ୍ୟାମାଓମ୍ ପ୍ରସାଦ ମିଶ୍ର, ଇନ୍ଦୁମତୀ ପୁରୋହିତ, ସସ୍ମିତା ମେହେର ଯୋଗଦେଇ ଏହି ଚେନାଲ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ସହ ମୁଖ୍ୟତଃ ଗରିବ ଅବହେଳିତ ନିଷ୍ପେସିତ ଲୋକଙ୍କ ସ୍ଵର ହୋଇ ତାର ସଂଗ୍ରାମ ଚାଲୁ ରଖିବାସହ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଜି ସଭାରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାର ପ୍ରାପ୍ତ ସମାଜସେବୀ ଡଃ. ନିବେଦିତା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ଜନମୁରା, ବଡଝିଙ୍କି, ମଝିପଡା, ଗ୍ରୀଡକୋ ଅଞ୍ଚଳ, ହିକୁଡି, ବିଜେପୁର, ଗୋପାଳପୁର, ରକ୍ସା, ପଲାସ, ମେଟାକାନୀ ମନ୍ଦିର ପାଖ ବଜାର, ମରିଚପୁର, ନୂଆଗାଁ, ଜାଲୋଏ, ହିଙ୍ଗମା ପ୍ରଭୃତି ଗ୍ରାମ ମାନଙ୍କରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ନେଇ ବିଗତ ଦିନରେ ଅନ୍ୟୁନ ୫୦୦୦ ମହିଳାଙ୍କୁ ନେଇ ସୁଚରିତା ମହିଳା ମହାସଂଘ ଗଠନ କରି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କୁ ଯଥାସମ୍ଭବ ରୋଜଗାର ର ପନ୍ଥା ଯୋଗାଇ ତାଙ୍କୁ ସ୍ୱାବଲମ୍ବୀ କରାଯାଇଛି ଯାହାକି ଏହି ଅଞ୍ଚଳରେ ଡଃ. ନିବେଦିତା ସର୍ବସାଧାରଣରେ ବହୁ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ସମାଜର ବିଭିନ୍ନ ସ୍ତରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସେବା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା । ସୁଚରିତା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନର ମୁଖ୍ୟ ଆନନ୍ଦିନୀ ବେହେରା, ଦିନେଶ ଦୀପ୍, ମାଧବ କୁମ୍ଭାର, ଇନ୍ଦୁମତି ପୁରୋହିତ, ଅଦ୍ୱୈତ କୁମାର ପଣ୍ଡା, ଶ୍ୟାମାଓମ୍ ପ୍ରସାଦ ମିଶ୍ର, ହିକୁଡି ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ର, ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସନ୍ତୋଷ ମିଶ୍ର, ରଞ୍ଜନ ବାରିକ, ସମାଜସେବୀ ସିଦ୍ଧେଶ୍ୱର ମିଶ୍ର, ରାଜକୁମାର ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Prev Post
