ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶେଷ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାଶ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦେବୀ ପ୍ରସାଦ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ା. ପ୍ରକାଶ ଡନସେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡା. ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ତ୍ରିବିକ୍ରମ ପାଣ୍ଡିଆ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ ରୂପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ବୃନ୍ଦ ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ, ଅସ୍ଥାୟୀ ଓ ସ୍ଥ।ୟୀ ପଦ୍ଧତି, ପରିବାରକୁ ଆଣେ ଉନ୍ନତି, ପିଲାଙ୍କ ଜନ୍ମରେ ରଖନ୍ତୁ ଉଚିତ ବ୍ୟବଧାନ -ସୁସ୍ଥ ଓ ସୁଖୀ ହେବ ପାରିବାରିକ ଜୀବନ ଇତ୍ୟାଦି ନିମନ୍ତେ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆମ ଜିଲ୍ଲା ଆଜି ରାଜ୍ୟ ସ୍ତରୀୟ ଅନ୍ତରା ଇଞ୍ଜେକ୍ସନର କୃତିତ୍ୟ ପାଇଁ ତୃତୀୟ ପୁରସ୍କାର ଅଳଙ୍କୃତ କରିପାରିଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବା ବେଳେ, କିଶୋର କୁମାର ସାହୁ ଊଗଜଉଐ, ଊଇଗ , ଊଊଗ, ଇଗ ଛଇ, ଶୋଭନା ଦାସ, ସାଗରୀକା ଦାସ, ଜିଲ୍ଲା ଅଣସଂକ୍ରାମକ ରୋଗ ସଂଯୋଜକ ଆଲୋକ ରଞ୍ଜନ ମିଶ୍ର, କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶା, ମାସ ମେମ୍ବର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଆଶା ସଂଯୋଜକ ତରଣୀସେନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମକର୍ତ୍ତା ତଦାରଖ କରିଥିଲେ ।
Next Post
