ବଲାଙ୍ଗିରେ କ୍ରେଚ୍‌ର ଶୁଭ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଥର ପାଇଁ ବଲାଙ୍ଗିର ସିଭିଲ କୋର୍ଟ ପଛପଟେ “Pinky Shy Creche”ର ଶୁଭ ଉଦ୍‌ଘାଟନ ହୋଇଛି । ଏହି କ୍ରେଚ୍‌ କାର୍ଯ୍ୟରତ ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ପାଇଁ ଏକ ବଡ଼ ସହାୟକ ପଦକ୍ଷେପ । ଯେଉଁ ଅଭିଭାବକମାନେ ଚାକିରି କିମ୍ବା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି, ସେମାନେ ନିଜ ସନ୍ତାନଙ୍କୁ ଏଠାରେ ସୁରକ୍ଷିତ ପରିବେଶରେ ଛାଡ଼ି ନିଶ୍ଚିନ୍ତ ଭାବରେ କାମ କରିପାରିବେ । ଏଠାରେ ଶିଶୁମାନଙ୍କର ଯତ୍ନ, ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏହି ମହତ୍ୱପୂର୍ଣ୍ଣ ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ କ୍ରେଚ୍‌ର ଶୁଭ ଉଦ୍‌ଘାଟନ କରିଥିଲେ । ସେ ଏହି ପଦକ୍ଷେପକୁ ସମାଜର କାର୍ଯ୍ୟରତ ପରିବାରମାନଙ୍କ ପାଇଁ ଏକ ଉପଯୋଗୀ ଓ ପ୍ରଶଂସନୀୟ ପ୍ରୟାସ ବୋଲି କହିଥିଲେ । “Pinky Shy Creche” ବଲାଙ୍ଗିରରେ ଶିଶୁ ଯତ୍ନ ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି ।

Leave A Reply

Your email address will not be published.