ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନା ଚକ୍ର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ତଥା ପରିଷଦ ମହାନଗର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କବି ରାଜୀବ ପାଣି ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ବାବାଜୀ ସନତ୍ସୁଜାତାନନ୍ଦ ଦାସ ମହାରାଜ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ମୁଁ କିଏ ? ଏହାକୁ ଖୋଜିବା ଭାରତୀୟ ଦର୍ଶନର ମୂଳଲକ୍ଷ୍ୟ । ଭାରତୀୟ ସଂସ୍କୃତିରେ ଜୀବନର ଆଚରଣ ଓ ଆତ୍ମ ଚିନ୍ତନ ସହ ତତ୍କାଳୀନ ସମୟରେ ଗୁରୁକୂଳରେ ପ୍ରଭେଦ ନଥିବା, ବିଦ୍ୟା ସହିତ ବିନୟ, ଶିକ୍ଷା ସହିତ ଚରିତ୍ର ଗଠନ ତଥା ସତ୍ୟ ଗୋଟିଏ ଏବଂ ଦେଖିବାର ଦୃଷ୍ଟି ଅନେକ। ବସୁଧୈବ କୁଟୁମ୍ବକମ୍ ଓ ବିଭିନ୍ନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଡ. ଜେନା ସାମ୍ପ୍ରତିକ ସ୍ଥିତିରେ ଆଲୋଚ୍ୟ ପ୍ରସଙ୍ଗର ଆବଶ୍ୟକତା ଓ ମାଧବ ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶ ପ୍ରାକ୍ କଥନ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶୀର୍ଷକ ‘ଗୁରୁବେ ନମଃ’ ସମ୍ପର୍କରେ କବିତା ପାଠ କରାଯାଇଥିଲା । ଏହି ପର୍ଯ୍ୟାୟରେ ଉପେନ୍ଦ୍ର ନାଥ ଦାଶ ସଭାପତିତ୍ୱ କରିଥିଲାବେଳେ କବି ଅଳକା ମହାନ୍ତି ଓ ପ୍ରତାପରୁଦ୍ର ତ୍ରିପାଠୀ ସଂଯୋଜକ ଦାୟିତ୍ଵ ତୁଳାଇଥିଲେ । ଗୌତମ ଦାସ, ହରପ୍ରସାଦ ନନ୍ଦ, ହରମୋହନ ମିଶ୍ର, ସୁସ୍ମିତା ମହାପାତ୍ର, ତ୍ରିଲୋଚନ ସ୍ୱାଇଁ, ଡ. ମୁନିନ୍ଦ୍ର ମହାଳିକ, ସୁସ୍ମିତା ମହାପାତ୍ର, ଏସ୍ ଦାସ ପ୍ରମୁଖ କବିତା ପାଠ କରିଥିଲେ । ପ୍ରଥମ ପର୍ଯ୍ୟଶୟରେ ତ୍ରିଲୋଚନ ସ୍ୱାଇଁ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହେନ୍ଦ୍ର ପଟ୍ଟନାୟକ, କରୁଣାକର ପାଟ୍ଟଶାଣୀ, ତାରିଣୀ ଚରଣ ସାହୁ, କରୁଣାକର ସାହୁ, ଚନ୍ଦ୍ରଶେଖର ଶତପଥୀ, ଗିରିଜା ଶଙ୍କର ଗୋସ୍ୱାମୀ, ଅଜୟ ମହାନ୍ତି, କୁଞ୍ଜବିହାରୀ ରାଉତ, ଜଗନ୍ନାଥ ରାଉତ, ଗଙ୍ଗାଧର ପୁହାଣ, ଅଜୟ ପାଣି, କ୍ଷୀରେଶ୍ୱରୀ କିଶାନ, ଡ. ବିଶ୍ୱନାଥ ପରିଜାଙ୍କ ସମେତ ଶତାଧିକ ବ୍ୟକ୍ତି ଓ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.