ପୋଲିସ ହାଇସ୍କୁଲ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିରାଟ କେଶରୀ ପ୍ରଧାନ ସ୍ମାରକୀ ଛାତବୃତ୍ତି ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମନୋହରପୁର ସ୍ଥିତ ପୋଲିସ ହାଇସ୍କୁଲ ବଲାଙ୍ଗିରର ପୂର୍ବତନ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସ୍ମୃତିରେ ତାଙ୍କ ପରିବାର ଦ୍ୱାରା ପ୍ରତିଷ୍ଠିତ ସ୍କଲାରସିପ୍‌ ସ୍କୁଲର ୧୦ତମ ବ୍ୟାଚର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବାଧିକ ସ୍କୋର କରିଥିବା ସ୍କୁଲର ତିନିଜଣ ଛାତ୍ରଛାତ୍ରୀ ସୁଶ୍ରୀ ମନୀଷା ମିଶ୍ର, କିରଣ ସାହୁ ଏବଂ ରିତିକ ରାଜୁ ମହାକୁଡଙ୍କୁ ସ୍କୁଲ ପରିସରରେ ଆୟୋଜିତ ଏବଂ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ସ୍କଲାରସିପ ରାଶି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀ ଏବଂ ଶିକ୍ଷକ କର୍ମଚାରୀମାନେ ଛାତ୍ରଛାତ୍ରୀମାନଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ ଏବଂ ଏହି ଅବସରରେ ଶ୍ରୀ ପ୍ରଧାନ ସ୍ମୃତିଚାରଣ ମଧ୍ୟ କରାଯାଇଥିଲ । ଏଠାରେ ପ୍ରକାଶଯୋଗ୍ୟ ଶ୍ରୀ ପ୍ରଧାନ ନିଜ ଚାକିରି କାଳ ମଧ୍ୟରେ ଜଣେ ନିଷ୍ଠାପର ଶିକ୍ଷକ ଥିଲେ ଏବଂ ବଲାଙ୍ଗିର ଛାତ୍ର ଏବଂ ଶିକ୍ଷକ ସମାଜ ଦ୍ୱାରା ଆଦରଣୀୟ ଏବଂ ସମ୍ମାନିତ ଥିଲେ । ଚାକିରି ସମୟରେ ୨୯.୦୪.୨୦୨୪ରେ ଶ୍ରୀ ପଧାନଙ୍କ ଦେହାନ୍ତ ପରେ ଏବଂ ଛାତ୍ରବୃତ୍ତି ତାଙ୍କ ପରିବାର ଦ୍ୱାରା ୨୦୨୫ ମସିହାରୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.