ଲଉଡ଼ିଦର୍ହା ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦର୍ହା ଆଶ୍ରମ ବିଦ୍ୟାଳୟ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ବିଭାଗୀୟ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ସ୍ୱେଚ୍ଛାସେବୀ, ବନ କର୍ମଚାରୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସଂଗୀତା ଭଗତ, ମୁଖ୍ୟ ବକ୍ତା ଭୁବନେଶ୍ୱର ପ୍ରଧାନ, ଉପ ସଭାପତି ଜିଲ୍ଲା ପରିବେଶ ସୁରକ୍ଷା ବରଗଡ ଉପସ୍ଥିତ ଶିକ୍ଷକ କୁଞ୍ଜବିହାରୀ ପଟେଲ, କାଶୀନାଥ ଧଳ, ତନ୍ମୟ ପାଣ୍ଡେ, ପରିବେଶ ପ୍ରେମୀ ଜୟଲାଲ ବରିହା ପ୍ରମୁଖ ସହଯୋଗ କରିଥିଲେ । ଲୌଡିଦର୍ହା ନର୍ସରୀରୁ ପଣସ, କରଞ୍ଜ, ଡାଳିମ୍ବ, ଶିଶୁ ଆଦି ୮୮ଟି ଚାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇ ବୃକ୍ଷରୋପଣ କରାଯାଇଥିଲା । କାଶୀନାଥ ଧଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.