
- ମା’ ପାଟଣେଶ୍ୱରୀ ମନ୍ଦିର ଗମ୍ଭିରା ଘର ମରାମତି ସ୍ୱତନ୍ତ୍ର ଭାବେ ହେବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଏବଂ ୪୮ ପାଟର ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀ ରାଜ୍ୟରେ ପୂଜା ପାଇ ଆସୁଛନ୍ତି । ୧୮୭୨ ମସିହାରୁ ନୂତନ ଭାବେ ବଲାଙ୍ଗିରରେ ସ୍ଥାପନ ହୋଇଥିଲା ରାଜଧାନୀ । ସେହିଦିନ ଠାରୁ ମା’ ପାଟଣେଶ୍ୱରୀ ଦେବୀ ମନ୍ଦିର ବା ପୀଠରେ ମା’ ପୂଜା ପାଇ ଆସୁଛନ୍ତି । ୧୯୯୨ ମସିହାରେ ମା’ ପାଟଣେଶ୍ୱରୀ ଦେବୀଙ୍କ ଗମ୍ଭିରା ଘରରେ ପରଭା ନିର୍ମାଣ ଦୀର୍ଘ ୩୦ ବର୍ଷ ବିତିଗଲାଣି । ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ପରଭାଟି ଭଗ୍ନ ଅବସ୍ଥାରେ ଅଛି, ଫାଟ ସୃଷ୍ଟି ହୋଇଛି । ଦେବୀଙ୍କ ପ୍ରତିମୂର୍ତ୍ତି ଉପରେ ଚୁନ ପଥର ପଡୁଥିବାରୁ ଏ ନେଇ ପ୍ରଶାସନ ସହ ଆଲୋଚନା କଲେ ମଧ୍ୟ କିଛି କାର୍ଯ୍ୟ ହୋଇ ନ ଥିବାରୁ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ସ୍ୱତନ୍ତ୍ରତା ଭାବେ ଯାଞ୍ଚ କରି ଏହାର କିଭଳି ମରାମତି ହେବ ତାହା ସ୍ୱତନ୍ତ୍ର ଭାବେ ତଦାରଖ କରି ଅର୍ଥ ଅନୁଦାନ ଦିଆଯିବ ବୋଲି କହିଥିଲେ । କମିଟି ଦାବୀ ଜଣାଇଥିଲେ ମା’ ସମଲେଶ୍ୱରୀ ମନ୍ଦିର କିଭଳି କାର୍ଯ୍ୟ ଆରମ୍ଭ ହେବ ଅଧାରେ ଅଟକି ଯାଇଥିବା ବେଳେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ମୁଁ ବିଭାଗ ସହ ଆଲୋଚନା କରିବି ବୋଲି ପ୍ରତିଶୃତି ଦେଇଥିଲେ । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, ସହ-ସଂପାଦକ ଶମ୍ଭୁ ପ୍ରସାଦ ଶତପଥି, କୋଷାଧ୍ୟକ୍ଷ ତଥା ଆଇନଜୀବୀ ଭବାନୀ ଶଙ୍କର ଭୋଇଙ୍କ ସମେତ ଗୋପାଳଜୀ ପାଣିଗ୍ରାହୀ ଆଲୋଚନାରେ ଭାଗ ନେଇଥିଲେ ।

