
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାରେ ନିୟୋଜିତ ସମସ୍ତ ଆଶା ଦିଦିଙ୍କର ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଶଳୟ ସମ୍ମୁଖରେ ସମସ୍ତେସମ୍ମିଳିତ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମଗ୍ର ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୪୬ ହଜାର ୫ ଶହ ୬୬ଜଣ ଆଶା କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେଙ୍କର ପରିସ୍ଥିତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରିଆସୁଛନ୍ତି । ଆଶା କର୍ମଚାରୀମାନେ ସ୍ୱଳ୍ପ ପାରିଶ୍ରମିକ ବଦଳରେ ଦିନରାତି ନିରବଚ୍ଛିନ୍ନ ଭାବେ ସମଗ୍ର ଓଡିଶାର ସହରରୁ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଆପଣଙ୍କ ସରକାର ନିର୍ବାଚନ ଇସ୍ତାହାରରେ ଆଶା ଭଉଣୀ ମାନଙ୍କୁ ସମ୍ମାନ ଜନକ ବେତନ ଓ ସୁବିଧା ଦେବା ପାଇଁ ପ୍ରତିଶୃତି ଦେଇଥିଲେ, ପରନ୍ତୁ ସରକାର ଅଦ୍ୟାବଧୂ ତାହା ଉପରେ କୌଣସି ବିଚାର କରି ନାହିଁନ୍ତି, ଫଳତଃ ଆଶା ଭଉଣୀ ମାନଙ୍କ ମଧ୍ୟରେ ଏକ ପ୍ରକାର ନିରାଶ ଭାବ ଦେଖିବାକୁ ମିଳୁଛି । ଆମେ ଦେଶର ସର୍ବ ବୃହତ ଶ୍ରମ ସଂଗଠନ ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ନିଷ୍ପରି ଓ ଅଖଳ ଭାରତୀୟ ଆଶା କର୍ମଚାରୀ ମହାସଂଘର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଦେଶବ୍ୟାପି ସରକାର ଜଗାଓ ପଦକ୍ଷେପ ଅନ୍ତର୍ଗତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ତରଫରୁ ଆଶା କର୍ମୀମାନଙ୍କ ସମସ୍ୟା ସମ୍ବନ୍ଧୀୟ ନିମ୍ନୋକ୍ତ ଦାବୀ ଗୁଡ଼ିକ ପ୍ରଶାସନ ନିକଟରେ ଉପସ୍ଥାପିତ କରି ସ୍ୱର ଉତ୍ତୋଳନ କରିଛନ୍ତି । ଯାହକି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶା କର୍ମୀମାନଙ୍କୁ ରାଜ୍ୟ ସରକାର ପ୍ରତ୍ୟେକ ଆଶା ଦିଦିଙ୍କୁ ଜଣେ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହିତ ସର୍ବନିମ୍ନ ୧୮ ହଜାର ଟଙ୍କା ବେତନ ପ୍ରଦାନ କରାଯିବା ନିମନ୍ତେ ଦାବୀ କରିଛନ୍ତି । ସମସ୍ତ ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାଭୁକ୍ତ କରାଯାଇ ଇଏସ୍ଆଇତ ଓ ଇପିଏଫ୍ଓ ଅନ୍ତର୍ଗତ ପଂଜିକୃତ କରାଯାଉ । ପ୍ରତିମାସ ୧୦ ତାରିଖ ମଧ୍ୟରେ ସମସ୍ତ ପ୍ରକାର ମାନଦେୟ ପ୍ରଦାନ କରାଯିବାକୁ ସୁନିଶ୍ଚିତ କରାଯାଉ । ଆଶା ଭଉଣୀ ମାନଙ୍କ ପ୍ରତି ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ହେଉଥିବା ଦୁର୍ବ୍ୟବହାର/ ଅତ୍ୟାଚାର/ ଅସଦାଚରଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବା ନିମନ୍ତେ ପ୍ରସାଶନ ଠାରେ ଦାବୀ କରିଛନ୍ତି । ଆଶା କର୍ମୀ ମାନଙ୍କୁ ସ୍ୱାଭିମାନ ସହିତ କାମ କରିବାକୁ ଦିଆଯାଉ, ପ୍ରତି ଗାଁରେ ଅଙ୍ଗନାବାଡି କେନ୍ଦ୍ରକୁ ଲାଗି ଆଶା କେନ୍ଦ୍ର ନିର୍ମାଣ ହେଉ ଓ ପ୍ରତି ପିଏଚ୍ସି ଓ ସିଏଚ୍ସିରେ ଆଶା ଗୃହ ନିର୍ମାଣ କରାଯାଉ । ଶିକ୍ଷାଗତ ଯୋଗ୍ୟତା ଆଧାରରେ ଆଶା କର୍ମୀମାନଙ୍କୁ ତାଲିମ ଦେଇ ଏଏନ୍ଏମ୍ ପଦବୀକୁ ପଦୋନ୍ନତି କରିବାର ପଲିସି ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବା, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଶାରୀରିକ ଅକ୍ଷମ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ସହାୟତା ରାଶି ଗୃପ ଇନସୁରାନ୍ସ ମାଧ୍ୟମରେ ପ୍ରଦାନ କରାଯିବା, ସେବା ନିବୃତ ସମୟରେ ଆଶା କର୍ମୀମାନଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ୫ ହଜାର ଭତ୍ତା ପ୍ରଦାନ କରାଯାଉ ତଥା ଆଶା ଭଉଣୀମାନଙ୍କୁ ମାତୃତ୍ୱ ଲାଭ ସୁବିଧା, ପ୍ରସ୍ତୁତି କାଳୀନ ଛୁଟି ଓ ଭତ୍ତା ପ୍ରଦାନ କରିବାର ଯୋଜନା କରାଯିବା, ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା ଓ ଡିଜିଟାଲ ସୁବିଧା ପାଇଁ ସମସ୍ତ ଆଶା କର୍ମୀମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ୫ଜି- ମୋବାଇଲ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସମୂହ ଦାବୀ କରି ପ୍ରଶାସନ ଆଗରେ ଦାବୀ କରିଛନ୍ତି । ଆଶା କର୍ମୀମାନେ ସମୂହ ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

