
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ଲାୟନ୍ସ କ୍ଲବ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ସନ୍ଧ୍ୟାରେ ଡାକ୍ତର ଲମ୍ବୋଦର ପଣ୍ଡାଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଚିତ୍ତରଞ୍ଜନ ଦାଶ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିବା ବେଳେ ବେନୁମାଧବ ଦୋରା ପିଡିଜି, ପ୍ରଦୀପ ବଂଶଳ ପିଡିଜି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ରୂପେ ଅଭିଭାଷଣ ପ୍ରଦାନ କରିଥିଲେ । ସନ୍ତୋଷିନୀ ରଥ, ଗଙ୍ଗାଧର ଶର୍ମା, ଶ୍ରୀକାନ୍ତ ପାତ୍ର, ଜନାର୍ଦ୍ଦନ ପଣ୍ଡା ଓ ଗୋବର୍ଦ୍ଧନ ଅଗ୍ରୱାଲ ମଂଚାସୀନ ଥିଲେ । ଏଥିରେ ପଦ୍ମପୁର, ପାଟଣାଗଡ, ଟିଟିଲାଗଡ଼ ଏବଂ ପାଇକମାଲ ଲ୍ୟାନ୍ସ କ୍ଲବର ସଦସ୍ୟମାନେ ଯୋଗଦାନ କରିଥିଲେ । ଆନନ୍ଦ ଅଗ୍ରୱାଲ, ନନ୍ଦଲାଲ ନାୟକ ଓ ମୀନକେତନ ବେହେରା ଯଥାକ୍ରମେ ୨୦୨୬ / ୨୭ ବର୍ଷ ପାଇଁ ନୂତନ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କଲେ । ଲ୍ୟାନ୍ସ ସୁନ୍ଦର ମଣୀ ନାଏକ ଏବଂ ଡାକ୍ତର ରାଜୀବଲୋଚନ ପଟ୍ଟନାୟକ ବିଶ୍ୱଶାନ୍ତି ପାଇଁ ଈଶ୍ୱରଙ୍କ ଠାରେ ପ୍ରାଥନା କରାଇଥିଲେ । ଆଦ୍ୟାସା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଲ୍ୟାନ୍ସ ଆଲୋକ ମିଶ୍ର ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ । ଲାୟନ୍ସ ଆନନ୍ଦ ଅଗ୍ରୱାଲଙ୍କ ୨୩ ତମ ବିବାହ ବାର୍ଷିକୀ ଉପଲକ୍ଷେ ଏବଂ ଲାୟନ୍ସ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ନାତୁଣୀର ଜନ୍ମଦିନ ଉପଲକ୍ଷେ କ୍ଲବ ତରଫରୁ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

