
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ର ଖଲିଆପାଲି ପଞ୍ଚେତ୍ ଭିତରର୍ ଚିଚିଣ୍ଡାପାଲି ଗାଁର୍ ଗୋଚର ଜମି ଜଂଗଲ୍ ଜମିକେ ଗାଁର୍ କିଛି ଲୋକ୍ କବଜା କରି ରଖିଥିବାର୍ ଗାଁର୍ ଲୁକେ କହିଛନ୍ । ଗାଁର୍ ପିଲେକର୍ ଖେଲବାର୍ ଲାଗି ଖେଲ୍ପଡିଆ ନାଇଁଥିବାର୍ ବେଲକେ ଯେନ୍ ଖେଳପଡିଆ ଆଗରୁ ଥିଲା ସେ ଜମିକେ କିଛି ଲୋକ୍ ମାଡି ବସିଥିବାର ଅଭିଯୋଗ ଆସିଛେ । ଗାଁର୍ ଲୁକେ ଜିଲ୍ଲାପାଳ କାର୍ଯ୍ୟାଳୟ ଆର୍ ଡିଏଫଓ କାର୍ଯ୍ୟାଳୟକେ ଆସିକରି ଦାବିପତ୍ର ଦେଇଥିବାର ଜନା ପଡିଛେ । ଜଲ୍ଦି ଇଥିର୍ ସମାଧାନ ଆର୍ ପଦକ୍ଷେପ ଜଦି ପ୍ରଶାସନ ନାଇଁ ନିଏ ବେଲେ ଆଏବାର୍ ଦିନେ ରାଜରାସ୍ତାରେ ପ୍ରତିବାଦ କରବାର୍ ସାଂଗେ ଜୋର୍ଦାର୍ ଆନ୍ଦୋଳନ କରମୁଁ ବଲି ଗାଁର୍ ଲୁକେ ଧମକି ଦେଇଛନ୍ ।

