jayashree

ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ

ମ. ରାପୁର, (କେପିଏନ୍‌ଏସ୍‌) : ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ. ରାପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମ. ରାମପୁର ବନାଞ୍ଚଳ କଳାହାଣ୍ଡି ଉତ୍ତର ବନଖଣ୍ଡ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିବା ବେଳେ ମୁଖ୍ୟଅତିଥି ବୈଦ୍ୟ ନାରାୟଣ ଭୋଇ ସଭାପତି ଧବଳେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ମଧୁସୂଦନ ବିଶ୍ୱାଳ ଅବସର ପ୍ରାପ୍ତ ଯବାନ ଶୁକଦେବ ସାହୁ ସମ୍ପାଦକ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନଗିରି ବିଭୂପୟର ପଟ୍ଟନାୟକ ଅଧ୍ୟକ୍ଷ. ଦାମୋଦର ସାହୁ ବନପାଳ ମୋହନଗିରି ଗୋପୀ ନାଥ ନାଏକ, ବନରକ୍ଷୀ ଓ କର୍ମଚାରୀ ସହିତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଗଛର ଉପକାରିତା ବିଷୟରେ ପ୍ରକୃତି ପ୍ରେମୀ ମାନେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.