
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୁଲାଇ ୧ ତାରିଖରୁ ଆନ୍ତର୍ଜାତିକ ରୋଟାରୀ ବର୍ଷ ଆରମ୍ଭ ହୁଏ । ନୂତନ ବର୍ଷରେ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଜନହିତକାରୀ ଓ ସମ୍ବର୍ଦ୍ଧନା ଉତ୍ସବ ଯାହା ନବନିର୍ବାଚିତ ସଭାପତି ଆଡଭୋକେଟ ହୃଷିକେଶ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଅନ୍ନପୂର୍ଣ୍ଣା ଦିବସ ଅବସରରେ ସହର ଉପକଣ୍ଠ ଆମ୍ବଗଡ ଜରା ଆଶ୍ରମ ଠାରେ ଅନ୍ତେବାସୀ ବୃଦ୍ଧାମାନଙ୍କୁ ଫଳ ବଣ୍ଟନ ସହ ପୂର୍ବତନ ସଭାପତି ଜୟନ୍ତ କିଶୋର ପାତ୍ରଙ୍କ ବଦାନ୍ୟତାରେ ମଧ୍ୟାହ୍ନ ଭଜନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶାନ୍ତନୁ କୁମାର ପାତ୍ରଙ୍କ ସମେତ ପୂର୍ବତନ ସଭାପତି ଗଦାଧର ରାଉଳ, ପ୍ରଦୀପ କୁମାର ପଣ୍ଡା, ପ୍ରତ୍ୟୁଷ କୁମାର ଦାଶ, ପ୍ରଦୀପ କୁମାର ନାୟକ, ନୀଳାଚଳ ପାତ୍ର, ରାମା ରାଓ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଜାତୀୟ ଡାକ୍ତର ଦିବସ ଓ ଜାତୀୟ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଦିବସ ଉପଲକ୍ଷେ ସହରର କିଛି ଡାକ୍ତର ଓ ଚାର୍ଟାଡ୍ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ସମ୍ଵର୍ଦ୍ଧିତ କରାଯାଇଥିଲା । ସାନ୍ଧ୍ୟ ଅଧିବେଶନରେ ଅନୁଷ୍ଠିତ ସମ୍ଵର୍ଦ୍ଧନା ଉତ୍ସବରେ ସଭାପତି ହୣଷିକେଶ ପ୍ରଧାନ ସଭାପତିତ୍ଵ କରିଥିଲେ । କ୍ଲବର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭଗବାନ ପାଢ଼ୀଙ୍କ ସମେତ ଅନ୍ୟ ତିନ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କ୍ଲବର ତିନି ସଭ୍ୟ ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗରାୟ, ଡାକ୍ତର ରାଜେନ୍ଦ୍ର କୁମାର ବେହେରା, ଡାକ୍ତର ମଦନ ମୋହନ ପଣ୍ଡା, ସହଯୋଗୀ ପ୍ରଫେସର ଡାକ୍ତର ଇନ୍ଦିରାପାଳଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ମାନଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅରୁଣ ଚାନ୍ଦ ଦାଶ, ଗଦାଧର ରାଉଳ, କାମରାଜୁ ମହାରଣା, ପ୍ରଦୀପ କୁମାର ପଣ୍ଡା, ଡ଼ଃ. ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ନାୟକ, ରାଧାଚରଣ ସାହୁ, ରାଜେଶ୍ଵର ରାଓ ପ୍ରମୁଖ ସହଯୋଗ କରିଥିଲେ । ସୁମିତ୍ କୁମାର ପଟ୍ଟନାୟକ ମଞ୍ଚ ସଂଯଜନା କରିଥିବା ବେଳେ ଜଗଜ୍ଜୀବନ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ଇନର ହ୍ଵିଲ୍ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟର ସଭ୍ୟାବୃନ୍ଦ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
