ସୁରକ୍ଷିତ ଦେଶାନ୍ତର ସମ୍ବନ୍ଧୀୟ କର୍ମଶାଳା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ବିନ୍ଧାପାଲି କଲ୍ୟାଣ ମଣ୍ଡପ ଠାରେ ସିଡବ୍ଲୁଏସ ଭବନେଶ୍ୱର ତରଫରୁ ସୁରକ୍ଷିତ ଦେଶାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭରସୁଜା ପଂଚାୟତର ସରପଞ୍ଚ ଗଣେଶ ସାହୁ ଯୋଗଦେଇ ସ୍ଵକୀୟ ମତାମତ ଉପସ୍ଥାପନ କରିବା ସହିତ ଦେଶାନ୍ତର ହେବା ପୂର୍ବରୁ ଲୋକେ ବ୍ଲକରେ ପଞ୍ଜିକରଣ କରିବା ସକାଶେ ଅନୁରୋଧ କରିଥିଲେ । ସିଡ଼ବ୍ଲୁଏସ ପକ୍ଷରୁ ଦାଦନର ସମସ୍ୟା ଓ ଆଇନଗତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଗାଁ ଗୁଡିକରେ ଥିବା ଦାଦନମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରମିକ ଦେଶାନ୍ତର କାର୍ୟ୍ୟକ୍ରମ ନେଇ ଶେଷ ପର୍ୟ୍ୟାୟରେ ଏକ ଯୋଜନା ପ୍ରଣୟନ କରାଯାଇଥିଲା । ଏହାକୁ ବୈକୁଣ୍ଠ ସାହୁ, ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ସୁଧାଂଶୁ ଶେଖର ନାଗ ପରିଚାଳନା କରିଥିଲା ବେଳେ ପିଣ୍ଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.