jayashree

ଗାନ୍ଧୀ କଲେଜ ଗାର୍ଲ୍ସ ହଷ୍ଟେଲ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରେମିକ ବିଶ୍ୱଜିତ୍ ଜେନା ଗିରଫ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୨୦ ତାରିଖରେ ଗୋଳନ୍ଥରା ନିକଟ ଗାନ୍ଧୀ କଲେଜ ହଷ୍ଟେଲରେ ଜଣେ ବିସିଏ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯାହାକି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ପୁତ୍ର ବିଶ୍ୱଜିତ୍ ଜେନା ଓରଫ୍ ପପୁଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଗଢ଼ି ଉଠିଥିବା ବେଳେ ଏକ ଅଭାବନୀୟ ଭଳି ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ସୂଚନା ମିଳେ କି ଯେ, ଗାନ୍ଧୀ କଲେଜ ଗାର୍ଲ୍ସ ହଷ୍ଟେଲରେ ରହୁଥିବା ବିସିଏ ଶେଷବର୍ଷର ଛାତ୍ରୀ ସ୍କୃତି ଭୋଳ ଏକ ଫଙ୍ଖାରେ ନିଜ ଚୁନି ବାନ୍ଧି ବେକରେ ଫାଶୀ ହୋଇ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଅଧିକା ତଦନ୍ତ ଆରମ୍ଭ କରାଯାଇଥିଲା । ଗୋଳନ୍ଥରା ଥାନା ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଏବଂ ବୈଷୟିକ ଜ୍ଞାନକୌଶଳର ତଦନ୍ତ ଜାରୀ ରଖିବାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ଗୋଳନ୍ଥରା ଥାନା ମାମଲା ନଂ – ୨୨୬/୨୬ରେ ଅଭିଯୁକ୍ତ ପ୍ରେମିକ ବିଶ୍ୱଜିତ୍ ଜେନା (୨୪) ଓରଫ୍ ପପୁଙ୍କୁ ପୋଲିସ ଗିରଫ କରିଛି । ଏହା ଆତ୍ମହତ୍ୟା ନା ତାକୁ ହତ୍ୟା କରାଯାଇଛି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଏବଂ ସମ୍ପୃକ୍ତ ଝିଅର ମାମୁଁ ରାଜ୍ୟ ପୋଲିସ ପ୍ରସାଶନ ଠାରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ନ୍ୟାୟ ପ୍ରଦାନ କରିବା ସାଂଗକୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ଼ ଅଭିଯୋଗ ହୋଇଛି ।

Leave A Reply

Your email address will not be published.