jayashree

ଶ୍ୟାମସୁନ୍ଦର ପାଠାଗାରର ପିତୃଦିବସ ଓ ଯୋଗଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଶ୍ୟାମସୁନ୍ଦର ପାଠାଗାର ଷ୍ଟେସନ ବଜାର ପକ୍ଷରୁ ଜୁନ ୨୧ ତାରିଖରେ ପିତୃ ଦିବସ ଓ ଯୋଗଦିବସ ପାଳନ ହୋଇଯାଇଛି । ସହକାରୀ ପବ୍ଲିକ ପ୍ରୋସେକ୍ୟୁଟର ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ତ ସନ୍ତୋଷ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ଗବେଷକ ଲକ୍ଷ୍ମୀନାରାୟଣ ପାଠୀ ଯୋଗଦେଇ ପିତୃ ଦିବସର ମହତ୍ୱ ଓ ଯୋଗର ଆବଶ୍ୟକତା ଉପରେ ବିଷଦ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ, ରମେଶ ଚନ୍ଦ୍ର ରାଉତରାୟ, କୈଳାସ ଚନ୍ଦ୍ର ପ୍ରଧାନ, ଶରତ କୁମାର ରାଉତ, ଡା. ପ୍ରଭାସ ଚନ୍ଦ୍ର ପ୍ରଧାନ, ଦିଗାମ୍ବର ରଥ, ଜିତେନ୍ଦ୍ର ପ୍ରଧାନ, ଶୁଭାଶିଷ ପ୍ରଧାନ, ଜ୍ୟୋସ୍ନାମୟୀ ସ୍ୱାଇଁ ଯୋଗ ଦେଇ ସାରଗର୍ଭକ ଭାଷଣ ସହ ସ୍ୱକବିତା ଆବୃତ୍ତି କରିଥିଲେ । ଏହି ଅବସରରେ ପରିବେଶବିତ୍ତ ମିଟୁ କିଶୋର ପ୍ରଧାନ ଓ ସଂକୀର୍ତ୍ତନ ଗାୟକ ଭ୍ରମର ଜେନାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଡେଲାଙ୍ଗର ବର୍ଷିଆନ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ଚଳିତ ବର୍ଷ ତିନୋଟି ପୁସ୍ତକ ଯଥା -‘ମାଲକାନଗିରିର ମୁକ୍ତିସଂଗ୍ରାମୀ ଘନଶ୍ୟାମ ରାଉତ,’ ‘ଆର୍ଯ୍ୟଙ୍କ ଆଦିଭୂମି’, ଓ ‘ପିତାମ୍ବରଙ୍କ ପୁସ୍ତକ ପରିଚୟ’ ପ୍ରକାଶ ପାଇଥିବାରୁ ସାହିତ୍ୟିକମାନଙ୍କ ମନରେ ଖୁସିରଲହରୀ ଖେଳି ଯାଇଥିଲା । ଶେଷରେ ଅନୁଷ୍ଠାନର ସଂପାଦକ ତଥା ଦ୍ୱାରିକା ଭ୍ରମଣ ପୁସ୍ତକର ଲେଖକ କାଶୀନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.