
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଯୁବ ରେଡକ୍ରସ୍ର ଜିଲ୍ଲା ସଂଯୋଜକ କାଉନସେଲର ମାନସରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀ ହମନ୍ ଦିବାକା, ପ୍ରଶାସନିକ ଅଧିକାରୀ ଡ.ସୁଶାନ୍ତ କୁମାର ଦାସ, କ୍ରୀଡା ପ୍ରଶିକ୍ଷକ ଗଂଗାଧର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ରହି ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରି ନିଜକୁ ଫିଟ୍ ରଖିବାକୁ ସଂକଳ୍ପ କରି ଖୁସି ଅନୁଭବ କରିଥିଲେ ।