jayashree

ଆବର୍ଜନା ପାଣି କେନାଲରେ ଛଡା ଯାଉଥିବା ଅଭିଯୋଗରେ କେନାଲ ବିଭାଗର ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (ମୁନ୍ନା ସାହୁ) : ପ୍ରାଇଭେଟ ସଂସ୍ଥାର ଆବର୍ଜନା ପାଣି କେନାଲରେ ଛଡା ଯାଉଥିବା ଅଭିଯୋଗରେ ବରଗଡ଼ କେନାଲ ବିଭାଗର ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲା ବରଗଡ଼ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ । ଜାମୁର୍ଡାରୁ ବରାହଗୁଡା ଦେଇ ଯାଇଥିବା ବ୍ରାଞ୍ଚ କେନାଲରେ ଅନେକ ପ୍ରାଇଭେଟ ସଂସ୍ଥା ନିଜ ଡ୍ରେନେଜ ପାଣି ସିଧା ସଳଖ ଭାବେ କେନାଲରେ ଛାଡୁଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ଗୌରବ ପତି ଆଜାଦ । ତେବେ କେନାଲ ବିଭାଗ ଚୁପ୍‌ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କେନାଲ ଅଞ୍ଚଳର ଲୋକେ ପ୍ରତିଦିନ ଗାଧୋଇବା ସହ ସେହି ପାଣିକୁ ବ୍ୟବହାର କରୁଥିବା ବେଳେ ପ୍ରାଇଭେଟ ସଂସ୍ଥା ଡ୍ରେନେଜ ପାଣି କେନାଲକୁ ଛାଡିବା ଦ୍ୱାରା ଜନସାଧାରଣ ଅନେକ ରୋଗରେ ପୀଡିତ ହେବା ସହ ସମସ୍ୟାର ସମ୍ମୁଖୀନ ହେବେ । ତେବେ ଏହି ସମସ୍ୟାକୁ ନେଇ କେନାଲ ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ହୋଇଛି ।

Leave A Reply

Your email address will not be published.