jayashree

ଅନ୍ତର୍ଜାତୀୟ ଯୋଗ ଦିବସରେ ଭବ୍ୟ ଗଣ-ଯୋଗାଭ୍ୟାସ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଆୟୋଜିତ ଭବ୍ୟ ଗଣ-ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ମାତୃଶକ୍ତି ଏବଂ ବୟୋଜ୍ୟେଷ୍ଠ ନାଗରିକମାନଙ୍କ ମଧ୍ୟରେ ଦେଖାଦେଇଥିବା ଅପୂର୍ବ ଆଗ୍ରହ ଓ ସ୍ୱତଃସ୍ଫୂର୍ତ୍ତ ଗଣ-ଅଂଶଗ୍ରହଣ ପ୍ରମାଣ କରୁଛି ଯେ, ଯୋଗ ଆଜି ଓଡ଼ିଶାର କୋଣ-ଅନୁକୋଣରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆଜିର ଏହି ସଫଳ ସମାବେଶ ସମସ୍ତଙ୍କୁ ମାନସିକ ଚାପମୁକ୍ତ ଏବଂ ଶାରୀରିକ ଭାବେ ସୁସ୍ଥ ରହିବାକୁ ଏକ ନୂଆ ପ୍ରେରଣା ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.