
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ୍ ଶ୍ରୀରାମନଗରଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପ୍ରଧାନାଚାର୍ଯ୍ୟ ଭାବେ ଟି. ସୁରେଶ କୁମାର ଆଚାରୀ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନୂତନ ପ୍ରଧାନାଚାର୍ଯ୍ୟଟି ସୁରେଶ କୁମାର ଆଚାରୀ ସ୍ଵାଗତ ସମ୍ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ, ସମ୍ପାଦକ ସନ୍ତୋଷ କୁମାର ସାହୁ, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଉପ-ସଭାପତି ଗୀତା ପାଢୀ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ, ଆଚାର୍ଯ୍ୟ ପ୍ରତିନିଧି ମନୋରଂଜନ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ସୂଚନା ଅନୁସାରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ପ୍ରକାରେ ପୂର୍ବତନ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ଖଲ୍ଲିକୋଟ ସ୍ଥାନାନ୍ତର ହୋଇଥିଲା । ଛତ୍ରପୁରର ନୂତନ ପ୍ରଧାନାଚାର୍ଯ୍ୟ ଭାବରେ ଟି. ସୁରେଶ କୁମାର ଆଚାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସଭାରେ ପୂର୍ବତନ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ସହ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବରେ ଟି. ସୁରେଶ କୁମାର ଆଚାରୀଙ୍କୁ ଦାୟିତ୍ୱ ଗ୍ରହଣ କରିବା ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା କିଛି ଅଭିଭାବକ ଅଭିଭାବିକାଗଣ ଉପସ୍ଥିତ ଥିଲେ ।