
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : “ବିକାଶର ଧାରା ଓଡ଼ିଶା ସାରା” ଓଡ଼ିଶା ସରକାରଙ୍କର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟଳୟ ଠାରେ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ଛବି ପୋଡ଼, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ବିଜେପି ନେତା ନରସିଂହ ଥନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଂଚଳିକ ସମସ୍ୟା ସୁଯୋଗ ଏବଂ ସରକାରୀ ହସ୍ତକ୍ଷେପ ବିଷୟରେ ଆଲୋଚନା କରାଯାଇଛି । ଏହି ଅବସରରେ ବ୍ଲକର ସ୍କୁଲ ଗୁଡିକର ସ୍ଥାୟୀ ପଟ୍ଟା, ଘର ତିଆରି ପାଇଁ ଅନ୍ତୋଦୟଗୃହ ଯୋଜନାର କାର୍ଯ୍ୟଦେଶ, ଅନ୍ନପୂର୍ଣ୍ଣା ଯୋଜନାର ରାସନ କାର୍ଡ, ବସୁନ୍ଧରା ଯୋଜନାରେ ପଟ୍ଟା, ଦିବ୍ୟାଙ୍ଗ ବସ ପାସ କାର୍ଡ, ବୟୋ ବନ୍ଦନା କାର୍ଡ, ଲେବର କାର୍ଡ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ ବଣ୍ଟନ ସହ ବିଭିନ୍ନ ଯୋଜନାର କାର୍ଡ ଗୁଡିକ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଶୀଲ କୁମାର ପୋଡ଼ ସଭା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ସୁଶାନ୍ତ ପାଣି, ଜିପିଡ଼ିଓ ପୁରୁଷୋତ୍ତମ ମାଝୀଙ୍କ ସହ ବ୍ଲକର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।