jayashree

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକଉତ୍ସବ ଓ ରଜଉତ୍ସବ ପାଳନ

  • ମଞ୍ଚସ୍ଥ ହେଲା ନାଟକ ହେଲୋ ନୀଲେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକଉତ୍ସବ ଓ ରଜଉତ୍ସବ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଶେଷ ରଜ ଦିନ ରାଉରକେଲାର ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରଜ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଆମ ସାମାଜିକ ଜୀବନରେ ଏହାର ପ୍ରଭାବ କିପରି ପ୍ରତିଫଳିତ ହୋଇଛି । ସର୍ବୋପରି ପ୍ରକୃତି ସହ କିପରି ନାରୀ ଜାତିକୁ ସମ୍ମାନ ଦିଆଯାଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଷଦର ସଭାପତି ଶ୍ରୀବତ୍ସ କୁଅଁର ସଭାପତିତ୍ୱ ଅଭିଭାଷଣ, କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଅତିଥି ତଥା ବିଚାରକ ଭାବେ କୁଞ୍ଜବିହାରୀ ରାଉତ, ଦେବାଶିଷ ଷଡ଼ଙ୍ଗୀ, ସବିତା ପରିଡା ଓ ସାଗରିକା ପରିଡା, ଅକ୍ଷୟ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନାଟ୍ୟ ସଂସ୍ଥା ପ୍ରତିବିମ୍ବ ଦ୍ୱାରା ନଟକ ହେଲୋ ନୀଲେଶ ମଞ୍ଚସ୍ଥ କରାଯାଇଥିଲା । ସେହିପରି ଅନୁଷ୍ଠାନ ତରଫରୁ ୫ ଜଣ ବରିଷ୍ଠ ନାଗରିକ, ବାସନ୍ତୀ ହାଇସ୍କୁଲର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଛାତ୍ରୀ ଆଲିଶା ରାୟଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଝିଲିମା ମହାନ୍ତି ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ ଭୁୟାଁ, ଉତ୍ତମ ବାରିକ, ଶୁକଦେବ ମହନ୍ତ, ଗଙ୍ଗାଧର ଜେନା, ଜଗଦିଶ ମୋହନ ପ୍ରହରାଜ, ବିଜୟ ପ୍ରଧାନ, ଲାଲଧର ସାହୁ, କୃଷ୍ଣଚନ୍ଦ୍ର ଡାକୁଆ, ରାଜୀବ ସିଂ, ସରୋଜ ବିଶ୍ୱାଳ, ଅକ୍ଷୟ କୁମାର ଦାସ, କାମପାଳ ମହାନ୍ତି, ସୁଶାନ୍ତ କୁମାର ନାୟକ, ଭକ୍ତବନ୍ଧୁ ସେନାପତି, ଭକ୍ତହରି ମହାପାତ୍ର, ଶିଶିର ପଟ୍ଟନାୟକ, ପଦ୍ମଲୋଚନ ପଣ୍ଡା , ରସାନନ୍ଦ ନାୟକ, ଏସ ଆର ବୋଷ, ଦିଗମ୍ବର ପାଢ଼ୀ, ଟୁବୁ ଗୋସ୍ୱାମୀ, ସ୍ୱର୍ଣ୍ଣଲତା ବାରିକ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.